ପୁଲୱାମା: ଜମ୍ମୁ-କାଶ୍ମୀର ଅବନ୍ତିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ 3 ଆତଙ୍କବାଦୀ ନିପାତ । ଏହି 2 ଆତଙ୍କୀଙ୍କ ପରିଚୟ ମିଳିନଥିବାବେଳେ ସେମାନଙ୍କ ସହଯୋଗୀକୁ ମଧ୍ୟ ହତ୍ୟା କରାଯାଇଛି । ଏନେଇ ଜମ୍ମୁ-କାଶ୍ମୀର ପୋଲିସ ସୂଚନା ମିଳିଛି ।
ଲକଡାଉନର ସୁଯୋଗ ନେଇ ଆତଙ୍କବାଦୀଙ୍କ ତୁହାକୁ ତୁହା ଆକ୍ରମଣ । ଯାହାର ଆଜି କଡା ଜବାବ ଦେଇଛି ଭାରତୀୟ ସେନା । ଜମ୍ମୁ-କାଶ୍ମୀରର ଅବନ୍ତିପୋରରେ ଉଭୟଙ୍କ ପଟୁ ଜୋରଦାର ଚାଲିଥିବା ଗୁଳିବିନିମୟ ଟଳିଛନ୍ତି ଆତଙ୍କୀ ।
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଜଣେ କନେଷ୍ଟବଳଙ୍କୁ 3 ଆତଙ୍କୀ ଅପହରଣ କରିନେଇଥିଲେ । ଖବର ପାଇ ସିଆରପିଏଫ ପକ୍ଷରୁ ଆତଙ୍କବାଦୀଙ୍କ ପିଛା କରିବା ସହ ଅପହୃତ କନେଷ୍ଟବଳଙ୍କୁ ଉଦ୍ଧାର କରିଥିଲେ ।