ନୂଆଦିଲ୍ଲୀ: ଦିଲ୍ଲୀ ଆଇଆଇଟି କ୍ୟାମ୍ପସରୁ ଉଦ୍ଧାର ହେଲା 3 ଝୁଲନ୍ତା ମୃତଦେହ । ଶନିବାର ଏହି କ୍ୟାମ୍ପସ ପରିସରରେ ରହୁଥିବା ଟେକ୍ନିସିଆନ୍, ତାଙ୍କ ପତ୍ନୀ ଏବଂ ତାଙ୍କ ମାଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଗୁଲସନ ଦାସ ନାମକ ବ୍ୟକ୍ତି ଆଇଆଇଟି କ୍ୟାମ୍ପସରେ ଟେକ୍ନିସିଆନ୍ ଥିଲେ । ତାଙ୍କୁ ଆଇଆଇଟି କ୍ୟାମ୍ପସ ମଧ୍ୟରେ ଘର ମଧ୍ୟ ମିଳିଥିଲା । ଯେଉଁଠି ସେ ତାଙ୍କ ସ୍ତ୍ରୀ ଏବଂ ମା ସହ ରହୁଥିଲେ । ତେବେ ଶନିବାର ଗୁଲସନ୍, ତାଙ୍କ ସ୍ତ୍ରୀ ଏବଂ ମାଙ୍କ ତିନୋଟି ଅଲଗା ଅଲଗା ରୁମରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।
ତେବେ କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି, ତାହା ଅସ୍ପଷ୍ଟ ଥିବାବେଳେ କୌଣସି ସୁସାଇଡ୍ ଚିଠି ଉକ୍ତ ରୁମରୁ ମିଳିନାହିଁ ବୋଲି ପୋଲିସ ସୂଚନା ଦେଇଛନ୍ତି । ଏପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।