ଲକ୍ଷ୍ନୌ: ଭୁଶୁଡିଲା 2 ମହଲା କୋଠା । ଗୁରୁବାର ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଦୁଇ ମହଲା କୋଠା ଭୁଶୁଡି 3 ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଗୁରୁବାର କାସଗଞ୍ଜ ଜିଲ୍ଲାର କୋତବାଲି ଅଞ୍ଚଳରେ ହଠାତ୍ ଦୁଇ ମହଲା ବିଶିଷ୍ଟ ଏକ କୋଠା ଭୁଶୁଡି ପଡିଥିଲା । ଏହି ଘଟଣାରେ ଜଣେ ଶିଶୁ ସମେତ ତିନି ଜଣ ଚାପି ହୋଇଯାଇଥିଲେ । ସେମାନଙ୍କୁ ଜେସିବି ସାହାର୍ଯ୍ୟରେ ଉଦ୍ଧାର କରାଯାଇଥିଲା ।
ଚିକିତ୍ସା ପାଇଁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ