ETV Bharat / bharat

ନିଶାକାରବାର ବେଳେ 2 ବିଦେଶୀଙ୍କ ସହ ତିନି ଗିରଫ

ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ବିଷାକ୍ତ ନିଶା ସହ ଗଞ୍ଜେଇ କାରବାର ବେଳେ ତିନି ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 2 ଜଣ ବିଦେଶୀ ବୋଲି ଜଣାପଡିଛି । ଅଧିକ ଖବର ପଢନ୍ତୁ...

author img

By

Published : Jul 11, 2020, 10:52 AM IST

ନିଶାକାରବାର ବେଳେ 2 ବିଦେଶୀଙ୍କ ସହ ତିନି ଗିରଫ
ନିଶାକାରବାର ବେଳେ 2 ବିଦେଶୀଙ୍କ ସହ ତିନି ଗିରଫ

ଅମରାବତୀ: ଦିନକୁ ଦିନ ରାଜ୍ୟ ସହ ଦେଶରେ ବୃଦ୍ଧି ପାଇବାରେ ଲାଗିଛି ନିଶା କାରବାର । ଆଇନ କାନୁନ ଯେତେ କଡା ହେଲା ମଧ୍ୟ ଗଳାବାଟ ଦେଇ କାରବାର କରୁଛନ୍ତି ନିଶା କାରବାର ବ୍ୟବସାୟୀ । ଏହିକ୍ରମରେ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ବିଷାକ୍ତ ନିଶା ସହ ଗଞ୍ଜେଇ କାରବାର ବେଳେ ତିନି ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 2 ଜଣ ବିଦେଶୀ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ପେନାମାଲୁରୁ ପୋଲିସ ଷ୍ଟେସନ ଅଞ୍ଚଳରେ ପୋଲିସର ଅଜ୍ଞାତରେ ଏହି ନିଶା କାରବାର ଚାଲିଥିବା ସୂଚନା ପାଇଥିଲା ବିଜୟୱାଡା ଟାସ୍କ ଫୋର୍ସ । ଚଢଉ ସମୟରେ 17 ଗ୍ରାମର ମେଥିଲେନେ ଡାଇଅକ୍ସି ମେଥାମଫେଟାମାଇନ ନିଶା, 150 ଗ୍ରାମର ଗଞ୍ଜେଇ, କିଛି ବିଟ କଏନ ସହ ହୁକ୍କାରେ ବ୍ୟବହୃତ ସାମଗ୍ରୀ ଓ 3ଟି ମୋବାଇଲ ଫୋନ ଜବତ ହୋଇଛି ।

ତେବେ ଅଭିଯୁକ୍ତଙ୍କ ପରିଚୟ ମିଳିଥିବା ବେଳେ 2 ବିଦେଶୀ ଯଥାକ୍ରମେ ସୁଡେନ ଓ ତାଞ୍ଜାନିଆର ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଦିଲ୍ଲୀର ବୋଲି ଜଣାପଡିଛି ।

ପୋଲିସର ସୂଚନା ଅନୁସାରେ, ଗିରଫ ହୋଇଥିବା ଦିଲ୍ଲୀ ନିବାସୀ ଅର୍ଜୁନ ଦୀର୍ଘ 4 ବର୍ଷ ହେଲା ଏହି ବ୍ୟବସାୟରେ ଲିପ୍ତ ରହିଛି । ତେବେ ଏହି କାରବାରରେ ଅଧିକ ଲିଙ୍କ ଖୋଜିବାକୁ ପୋଲିସ ଖୋଳତାଡ କରୁଛି ।

ସୌଜନ୍ୟ-@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.