ଚେନ୍ନାଇ: ତାମିଲନାଡୁରେ ଦେଖିବାକୁ ମିଳିଛି ବିରଳ ଧଳା ନାଗ । କୋଏମ୍ବାଟୋର ଏଡାୟାରପାଲାୟମ ଅଞ୍ଚଳରୁ ଏହି 3 ଫୁଟିଆ ସାପ ଉଦ୍ଧାର ହୋଇଛି ।
ତେବେ ପାଇଖାନା ପାଇଁ ଖୋଳାଯାଇଥିବା ଗାତରେ ଧଳା ନାଗ ସାପକୁ ଦେଖିଥିଲେ ସ୍ଥାନୀୟ ଲୋକେ । ପରେ ବିରଳ ଧଳାନାଗ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ସ୍ନେକ ହେଲ୍ପ ଲାଇନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ସ୍ଥାନୀୟ ମଦୁକ୍କରାଇ ଜଙ୍ଗଲରେ ଛାଡିଥିବା ଜଣାପଡିଛି ।