ETV Bharat / bharat

ଛିନ୍ଦଓ୍ବାଡାରେ କାନ୍ଥ ଭୁଶୁଡି 3 ମୃତ - ଛିନ୍ଦଓ୍ବାଡାରେ କାନ୍ଥ ଭୁଷୁଡି 3 ମୃତ

ଉତ୍ତରବାରତରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ଛିନ୍ଦଓ୍ବାଡାର ପରାସିଆର ଚାନ୍ଦମେଟା ସ୍ଥିତ ପୁରୁଣା ବସ୍ତିରେ ଏକ ଘର ଭୁଶୁଡି ପଡିବାରୁ 3 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଜାରି, ଛିନ୍ଦଓ୍ବାଡାରେ କାନ୍ଥ ଭୁଷୁଡି 3 ମୃତ

author img

By

Published : Aug 29, 2020, 1:07 PM IST

ଭୋପାଳ: ମଧ୍ୟପ୍ରଦେଶର ଛିନ୍ଦଓ୍ବାଡାରେ ପ୍ରାୟ 48 ଘଣ୍ଟା ଧରି ଲଗାତାର ବର୍ଷା ଜାରି ରହିଛି । ଫଳରେ ପରାସିଆର ଚାନ୍ଦମେଟା ସ୍ଥିତ ପୁରୁଣା ବସ୍ତିରେ ଏକ ମାଟି ଘର ଭାଙ୍ଗିବା କାରଣରୁ 3 ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ 35 ବର୍ଷୀୟା ମହିଳା ଥିବାବେଳେ, ଦୁଇଟି ଛୋଟ ପିଲା ରହିଛନ୍ତି । ଯାହାଙ୍କର ବୟସ ପ୍ରାୟ 5 ରୁ 6 ବର୍ଷ ବୋଲି ପୋଲିସ ସୂଚନା ଦେଇଛି।

ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ଉପସ୍ଥିତ ରହି ଘରୁ ମାଟି ଖାଲି କରାଯାଉଛି । ବର୍ଷା କାରଣରୁ ସମସ୍ତ ସ୍ଥାନରେ ପାଣି ଭରିବାରେ ଲାଗିଛି । ଅନେକ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଅନେକ ସ୍ଥାନରେ ଘର ଭିତରକୁ ମଧ୍ୟ ପାଣି ପଶିଯାଇଛି । ଘର ଭୁଶୁଡ଼ିବା ପରେ ଏବେ ପ୍ରଶାସନ ପକ୍ଷରୁ ପାଖରେ କଚ୍ଚା ଘର ସବୁକୁ ଖାଲି କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.