ଶ୍ରୀନଗର: ଦୀର୍ଘ 5 ମାସରୁ ଊର୍ଦ୍ଧ୍ବ ସମୟ ଧରି ଘାଟିରେ ବନ୍ଦ ଥିବା 2G ଇଣ୍ଟରନେଟ ସେବା ଆରମ୍ଭ ହୋଇଛି । 25 ଜାନୁଆରୀରୁ ମୋବାଇଲ ଫୋନରେ 2G ସ୍ପିଡ୍ ସହ ଇଣ୍ଟରନେଟ ସେବା ଚାଲୁ କରିଦିଆଯାଇଥିବା ଗୃହବିଭାଗ ପକ୍ଷରୁ ଅଧିସୂଚନା ଜାରି କରି କୁହାଯାଇଛି ।
ପୂର୍ବରୁ ଘାଟିରେ ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ବ୍ରଡବ୍ୟାଣ୍ଡ୍କୁ ଚାଲୁ କରି ଦିଆଯାଇଥିଲା । କେବଳ ଏତିକି ନୁହେଁ, ଅନେକ ଅଞ୍ଚଳରେ ମଧ୍ୟ 2G ଇଣ୍ଟରନେଟ ସେବା ମଧ୍ୟ ଚାଲୁ ହୋଇଥିଲା । ପୂର୍ବରୁ ସୁପ୍ରିମକୋର୍ଟ ଜାମ୍ମୁ ଓ କାଶ୍ମୀରରେ ଲାଗିଥିବା ପ୍ରତିବନ୍ଧକର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜାମ୍ମୁ କ୍ଷେତ୍ରର ଜାମ୍ମୁ, ସାମ୍ବା, କଠୁଆ ଓ ଉଦ୍ଧମପୁର ଅଞ୍ଚଳରେ ଇ-ବ୍ୟାଙ୍କିଂ ସମେତ ସୁରକ୍ଷିତ ଓ୍ବେବସାଇଟ ଦେଖିବା ପାଇଁ ମୋବାଇଲ ଯୋଗାଯୋଗକୁ ଅନୁମତି ଦେବାକୁ କହିଥିଲେ କୋର୍ଟ । ସମ୍ବିଧାନର ଧାରା 19କୁ ଦର୍ଶାଇ ଇଣ୍ଟରନେଟର ଉପଯୋଗ ଏକ ମୌଳିକ ଅଧିକାର ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା ।