ETV Bharat / bharat

5 ମାସ ପରେ ଜମ୍ମୁର 5 ଜିଲ୍ଲାକୁ ମିଳିଲା 2ଜି ଇଣ୍ଟରନେଟ ସେବା

author img

By

Published : Jan 15, 2020, 10:16 AM IST

ଜମ୍ମୁ-କାଶ୍ମୀରରେ ପ୍ରାୟ 5 ମାସ ପରେ ଜମ୍ମୁ ଡିଭିଜନର 5 ଜିଲ୍ଲାରେ 2ଜି ଇଣ୍ଟରନେଟ ସେବା କୋହଳ କରାଯାଇଛି ।

2g-mobile-internet-restored in jk
2ଜି ଇଣ୍ଟରନେଟ ସେବା

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପ୍ରାୟ 5 ମାସ ପରେ ଜମ୍ମୁ ଡିଭିଜନର 5 ଜିଲ୍ଲାରେ 2ଜି ଇଣ୍ଟରନେଟ ସେବା କୋହଳ କରାଯାଇଛି । ହେଲେ ଏହି ସେବା କେବଳ ପୋଷ୍ଟପେଡ ମୋବାଇଲରେ ହିଁ ଉପଲବ୍ଧ ହେବ । ଏହା ସହିତ ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ହୋଟେଲ, ହସ୍ପିଟାଲ ଏବଂ ଟ୍ରାଭେଲ ଏଜେନ୍ସି ପାଇଁ ବ୍ରଡବ୍ୟାଣ୍ଡ ସୁବିଧା ଉପଲବ୍ଧ କରାଯାଇଛି । ଜାନୁଆରୀ 15ଠାରୁ ଏହି ସୁବିଧା ଉପଲବ୍ଧ କରାଇବାକୁ ମଙ୍ଗଳବାର ସନ୍ଧ୍ୟାରେ ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ସୁବିଧା ଜମ୍ମୁ, ସାମ୍ବା, କଠୁଆ, ଉଦ୍ଧମପୁର ଏବଂ ରିୟାସି ଜିଲ୍ଲାରେ ଉପଲବ୍ଧ ହେବ । ଏହି ସୁବିଧା ଜାନୁଆରୀ 15ରୁ ଆଗାମୀ 7 ଦିନ ପାଇଁ ଯୋଗାଇ ଦିଆଯିବ । ଅନ୍ୟ ଜିଲ୍ଲାରେ ବର୍ତ୍ତମାନ ପାଇଁ ମୋବାଇଲ ଇଣ୍ଟରନେଟ ସେବା ଉପରେ ଲାଗିଥିବା କଟକଣା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅଗଷ୍ଟ 5 ତାରିଖରେ କେନ୍ଦ୍ର ସରକାର ଦ୍ବାରା ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ସମ୍ପୂର୍ଣ୍ଣ ପ୍ରଦେଶରେ ଇଣ୍ଟରନେଟ ସମେତ ଅନେକ ସେବା ଉପରେ କଟକଣା ଲଗାଯାଇଥିଲା ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.