ରାଞ୍ଚି: ମହାମାରୀ କୋରୋନା ଯୋଗୁଁ ଏବେ ବାହାର ରାଜ୍ୟରେ ଥିବା ଲୋକ ଘର ମୁହାଁ ହେଉଛନ୍ତି । ତେବେ ଏହି ଲକ ଡାଉନରେ ଦୀର୍ଘ 64 ଦିନ ହେବ ଝାଡଖଣ୍ଡର ଚାଇବସାରେ ଫସି ରହିଥିଲେ ଓଡିଶାର 29 ଜଣ ପ୍ରବାସୀ ଶ୍ରମିକ । ଶୁକ୍ରବାର ସେମାନଙ୍କୁ ନିଜ ରାଜ୍ୟରୁ ପଠାଯାଇଛି ।
ସ୍ଥାନୀୟ ବିଧାୟକ ଦୀପକ ବେରୁଆଙ୍କ ସାହାଯ୍ୟରେ ସୁରକ୍ଷିତ ଭାବେ ନିଜ ରାଜ୍ୟରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି ଏହି ପ୍ରବାସୀ ଶ୍ରମିକମାନେ । ଚାଇବସାରେ ଗାଁ କୁଣ୍ଟିଆ ଗାଁରେ ଲକ ଡାଉନ ଦିନ ଠାରୁ ଫସି ରହିଥିଲେ ସମସ୍ତେ । ଅନେକ ଦିନ ପରେ ନିଜ ଘରକୁ ଫେରିବାକୁ ସମର୍ଥ ହୋଇଥିବାରୁ ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରବାସୀ ଶ୍ରମିକମାନେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ