ETV Bharat / bharat

ପ୍ରବଳ ବର୍ଷା ଓ କୁଆପଥର ମାଡ, ଉତ୍ତରପ୍ରଦେଶରେ 29 ମୃତ - ପ୍ରବଳ ବର୍ଷା ଓ କୁଆପଥର ମାଡ

ରବିବାର ଉତ୍ତରପ୍ରଦେଶରେ ହୋଇଥିବା କୁଆପଥର ମାଡ ଓ ଝଡ ତୋଫାନରେ 15ଟି ଜିଲ୍ଲାରେ ପାଖାପାଖି 29 ଜଣଙ୍କର ମୃତ୍ୟୁ ହୋଇଛି।

29 killed in hailstorm, rains in Uttar Pradesh
ପ୍ରବଳ ବର୍ଷା ଓ କୁଆପଥର ମାଡ, ଉତ୍ତରପ୍ରଦେଶରେ 29 ମୃତ
author img

By

Published : May 11, 2020, 11:20 AM IST

ଲକ୍ଷ୍ମୌ: ତୁହାକୁ ତୁହା ବର୍ଷାକୁ କୁଆପଥର ମାଡ। ରବିବାର ଉତ୍ତରପ୍ରଦେଶରେ ହୋଇଥିବା ଏହି ଝଡ ତୋଫାନରେ ଅନେକ କ୍ଷୟକ୍ଷତି ହୋଇଛି। ଏହାସହ ରାଜ୍ୟର 15ଟି ଜିଲ୍ଲାରେ ପାଖାପାଖି 29 ଜଣଙ୍କର ମୃତ୍ୟୁ ହୋଇଛି।

ମୃତକ ମାନେ ହେଲେ କସଗଞ୍ଜ, ସୀତାପୁର, ବୁଲନ୍ଦଶାହର, ବାରବାଙ୍କୀ, ଚିତ୍ରାକୋଟ୍, ବାଲିଆ, ପିଲଭିଟ୍, ଫତେପୁର, ଆମେଥୀର ବାସିନ୍ଦା। ବର୍ଷା ଓ କୁଆପଥର ମାଡରେ ରାଜ୍ୟର ଅତି କମରେ 38ଟି ଜିଲ୍ଲା ପ୍ରଭାବିତ ହୋଇଛି।

ମୃତକଙ୍କ ପରିବାର ପ୍ରତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମବେଦନା ଜଣାଇନ୍ତି। ଏହାସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସହ କୁଆପଥର ମାଡରେ ରାଜ୍ୟରେ ହୋଇଥିବା ସମ୍ପୂର୍ଣ୍ଣ କ୍ଷୟକ୍ଷତିର ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉକି, ରବିବାର ଲକ୍ଷ୍ମୌ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ଝଡ ତୋଫାନ ଓ ବଜ୍ରପାତ ନେଇ ସତର୍କତା ଜାରି କରିଥିଲା।

ତେବେ ରବିବାର ଦିନ ରାଜ୍ୟରେ ସର୍ବାଧିକ ତାପମାତ୍ରା 35.9 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଯାହା ସ୍ୱାଭାବିକଠାରୁ 3.3 ଡିଗ୍ରୀ ଥିଲା। ଏବଂ ସର୍ବନିମ୍ନ ତାପମାତ୍ରା 25.6 ଡିଗ୍ରୀ ସେଲସିୟସ, ସ୍ୱାଭାବିକଠାରୁ 1.5 ଡିଗ୍ରୀ ଉପରେ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.