ETV Bharat / bharat

ଭୋପାଳ ରାଜଭବନରେ କୋରୋନା ଏଣ୍ଟ୍ରି, 28 ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ - bhopal corona latest news

ଭୋପାଳ ରାଜଭବନର ଜଣେ କର୍ମଚାରୀଙ୍କ ପୁଅ କୋରୋନା ପଜିଟିଭ ଚିହ୍ନଟ । ଉକ୍ତ ଯୁବକଙ୍କ ପୂରା ପରିବାର ରାଜଭବନ ପରିସରରେ ବାସ କରୁଥିବା ବେଳେ ରାଜଭବନରେ କାମ କରୁଥିବା କର୍ମଚାରୀଙ୍କ କୋରୋନା ପରୀକ୍ଷା କରାଯାଇନାହିଁ ।

28 years old boy found corona positive in bhopal raj bhavan
ଭୋପାଳ ରାଜଭବନରେ କୋରୋନା ଏଣ୍ଟ୍ରି, 28 ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ
author img

By

Published : May 25, 2020, 9:51 PM IST

ଭୋପାଳ: ସାରା ବିଶ୍ବରେ ଦ୍ରୁତଗତିରେ ନିଜର କାୟା ବିସ୍ତାର କରୁଛି ମହାମାରୀ କୋରୋନା । ଆଉ ଏବେ ଏହି ଭୂତାଣୁର ପାଦ ପଡିଛି ଭୋପାଳର ରାଜଭବନରେ । ଏଠାକାର ଜଣେ କର୍ମଚାରୀଙ୍କ 28 ବର୍ଷୀୟ ପୁଅ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଉକ୍ତ ଯୁବକଙ୍କ ପୂରା ପରିବାର ରାଜଭବନ ପରିସରରେ ବାସ କରୁଥିବା ବେଳେ ରାଜଭବନରେ କାମ କରୁଥିବା କର୍ମଚାରୀଙ୍କ କୋରୋନା ପରୀକ୍ଷା କରାଯାଇନାହିଁ । ତେବେ ଯୁବକଙ୍କୁ ସଂକ୍ରମଣ କିପରି ହେଲା ସେ ନେଇ କୌଣସି ସୂଚନା ମିଳିନାହିଁ ।

ପ୍ରକାଶ ଥାଉ କି ଭୋପାଳରେ ରବିବାର 37 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା 1388ରେ ପହଞ୍ଚିଛି । ସେହିପରି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.