ଲଲିତପୁର: କୋରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ ସମୟରେ ମହାରାଷ୍ଟ୍ରରୁ ବିହାରର ସୀତାମଢୀକୁ ଯାଉଥିଲେ 28 ଜଣ ଶ୍ରମିକ । ସେମାନଙ୍କୁ ସୋମବାର ଲଲିତପୁର ଜିଲ୍ଲାର ପାଲି ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ମୋବାଇଲ ଟିମ ଧରି ଏକ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଇଥିଲେ ।
ଲଲିତପୁର ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଡା. ଉଦୟ ସିଂ କହିଛନ୍ତି ଯେ ସୋମବାର ଜିଲ୍ଲାର ପାଲି ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ମୋବାଇଲ ଟିମ ପିକଅପ ଗାଡିକୁ ଯାଞ୍ଚ କରିଥିଲେ । ଗାଡିରୁ ମହାରାଷ୍ଟ୍ରରୁ ବିହାରର ସୀତାମଢୀ ଜିଲ୍ଲାକୁ ଯାଉଥିବା 28 ଜଣ ଦିନ ମଜୁରୀ ରହିଥିଲେ । ଏବେ ସେମାନଙ୍କୁ ଉଦ୍ଧାର କରାଯାଇ କୋରୋନା ଟେଷ୍ଟ କରାଯାଇଛି ।
ନମୁନା ନେବା ପରେ ସମସ୍ତ ଶ୍ରମିକଙ୍କୁ ନିକଟସ୍ଥ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି । ରିପୋର୍ଟ ପାଇବା ପରେ ଅଧିକ ସୂଚନା ମିଳିବ ।
ଏଥିସହିତ ଧରାପଡିଥିବା ଶ୍ରମିକମାନେ କହିଛନ୍ତି ଯେ ଲକଡାଉନ ଯୋଗୁଁ ମହାରାଷ୍ଟ୍ରର ସମସ୍ତ କମ୍ପାନୀ ବନ୍ଦ ହୋଇଯାଇଛନ୍ତି ତେଣୁ ସେମାନେ ବେକାର ହୋଇଯାଇଛନ୍ତି । ଖାଇବାକୁ ନମିଳିବା ପରେ ସେମାନେ ଏକ ପିକଅପ୍ ଗାଡି ଭଡା କରି ଘରକୁ ଫେରୁଥିଲେ ।
@IANS ଇନପୁଟ