ETV Bharat / bharat

ପଞ୍ଜାବରୁ ସ୍ବତନ୍ତ୍ର ବିମାନ ଯୋଗେ ସ୍ହଦେଶ ଫେରିଲେ 271 ବ୍ରିଟିଶ ନାଗରିକ

author img

By

Published : May 2, 2020, 7:40 AM IST

ଲକଡାଉନ ପାଇଁ ଭାରତରେ ଅନେକ ବିଦେଶୀ ନାଗରିକ ଫଶି ରହିଥିବାବେଳେ, ସରକାରଙ୍କ ପକ୍ଷରୁ ଧିରେ ଧିରେ ସେମାନଙ୍କୁ ନିଜ ଦେଶକୁ ପଠାଇବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଅଧିକ ପଢନ୍ତୁ...

ସ୍ବେଦେଶ ଫେରିଲେ 271 ବ୍ରିଟିଶ ନାଗରିକ
ସ୍ବେଦେଶ ଫେରିଲେ 271 ବ୍ରିଟିଶ ନାଗରିକ

ଚଣ୍ଡିଗଡ:ଦେଶରେ କୋରୋନା ପାଇଁ ଜାରି ହୋଇଥିବା ଲକଡାଉନ ପରଠାରୁ ଭାରତରେ ଫଶି ରହିଥିବା ବିଦେଶୀ ନାଗରିକଙ୍କୁ ସ୍ବଦେଶ ପଠାଇବା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଭାରତ ସରକାର । ଏହାରି ଭିତରେ ଅନେକ ବିଦେଶି ନାଗରିକ ମାନଙ୍କୁ ନିଜ ଦେଶକୁ ପଠେଇଥିବାବେଳେ, ବର୍ତ୍ତମାନ ଏହି କାର୍ଯ୍ୟ ଜାରି ରହିଛି ।

ଏହି ପ୍ରରିପେକ୍ଷିରେ ଶୁକ୍ରବାର ପଞ୍ଜାବରୁ ପ୍ରାୟ 271 ବ୍ରିଟେନ ନାଗରିକ ସ୍ବଦେଶକୁ ଫେରିଛନ୍ତି । ସେମାନେ ଅମ୍ରିତସରର ଶ୍ରୀ ଗୁରୁ ରାମ ଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ସ୍ୱତନ୍ତ୍ର ବ୍ରିଟିଶ ଏୟାରୱେଜ୍ ବିମାନରେ ନିଜ ଦେଶକୁ ଯାଇଛନ୍ତି । ବିମାନରେ ପ୍ରବେଶ ପୂର୍ବରୁ ଟର୍ମିନାଲରେ ସମସ୍ତ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଇଥିଲା । ଏହାପରେ ସେମାନେ ବିମାନରେ ପ୍ରବେଶ କଲାପରେ ଉଡାଣ ଭରିଥିଲା ।

ବର୍ତ୍ତମାନ ସୁଦ୍ଧା ପଞ୍ଜାବରେ 585ଟି କୋଭିଡ-19 ପଜିଟିଭ ଥିବାବେଳେ, ଏଥିରେ 20 ଜଣ ପ୍ରାଣ ହରାଇଛନ୍ତି । ସେହିପରି 108 ଜଣ ସୁସ୍ଥ ହୋଇଥିବାବେଳେ, 457ଟି ମାମଲା ସକ୍ରିୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.