ପାନାଜୀ: ସୋମବାର ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦରରୁ 27ତମ ସ୍ୱତନ୍ତ୍ର ବିମାନରେ 265 ବ୍ରିଟିଶ ନାଗରିକ ବ୍ରିଟେନ ଅଭିମୁଖେ ଯାତ୍ରା କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, କୋଭିଡ-19 କାରଣରୁ ଦେଶରେ ଲକଡାଉନ ପରଠାରୁ ଋଷ, ଫ୍ରାନ୍ସ, ଆମେରିକା, କାନାଡା ସମେତ 5000ରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ନିଜ ନିଜ ଦେଶକୁ ପଠାଯାଇଛି ।
ଗୋଆ ବିମାନବନ୍ଦର ନିର୍ଦ୍ଦେଶକ ଗଗନ ମଲିକ ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ "ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦରରୁ 27ତମ ସ୍ୱତନ୍ତ୍ର ବିମାନ ବିଦେଶୀ ପର୍ଯ୍ୟଟକଙ୍କୁ ନିଜ ଦେଶକୁ ପଠାଯାଇଛି । ମାର୍ଚ୍ଚ 25 ତାରିଖରୁ ଆମେ 5,233 ଯାତ୍ରୀଙ୍କ ବାହାର ଦେଶକୁ ପଠାଉବା କାର୍ଯ୍ୟ ଜାରି ରଖିଛୁ।"
ମଲିକ ଆହୁରି ମଧ୍ୟ କହିଛନ୍ତି ଯେ, ରିଲିଫ୍ ଉଡ଼ାଣ ଭିତରେ ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦର ଭାରତରେ ସର୍ବାଧିକ ରିଲିଫ୍ ବିମାନ ପରିଚାଳନା କରୁଛି।