ETV Bharat / bharat

'ଆସନ୍ତା 10 ଦିନ ମଧ୍ୟରେ ଦେଶରେ ଗଡିବ ଆଉ 2600 ସ୍ବତନ୍ତ୍ର ଶ୍ରମିକ ଟ୍ରେନ'

author img

By

Published : May 24, 2020, 12:40 AM IST

ଆଗାମୀ 10 ଦିନ ମଧ୍ୟରେ 2600 ସ୍ପେଶାଲ ଟ୍ରେନ ଚଳାଇବାକୁ ସ୍ଥିର କରିଛି ଭାରତୀୟ ରେଳବାଇ । ଶନିବାର ଏନେଇ ସୂଚନା ଦେଇଛନ୍ତି ରେଲୱେ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ ।

2,600 more Shramik trains in next 10 days: Railways
'ଆସନ୍ତା 10 ଦିନ ମଧ୍ୟରେ ଦେଶରେ ଗଡିବ ଆଉ 2600 ସ୍ବତନ୍ତ୍ର ଶ୍ରମିକ ଟ୍ରେନ'

ନୂଆଦିଲ୍ଲୀ: ଆଗାମୀ 10 ଦିନ ମଧ୍ୟରେ 2600 ସ୍ପେଶାଲ ଟ୍ରେନ ଚଳାଇବାକୁ ସ୍ଥିର କରିଛି ଭାରତୀୟ ରେଳବାଇ । କୋରୋନା ଲକଡାଉନ କାରଣରୁ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି । ପାଖାପାଖି 36 ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ 2600 ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚଳାଇବାକୁ ସ୍ଥିର ହୋଇଥିବା ନେଇ ରେଲୱେ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ ଶନିବାର ସୂଚନା ଦେଇଛନ୍ତି ।

ଯାଦବ କହିଛନ୍ତି ଯେ ରେଳବାଇ ଗତ 23 ଦିନ ମଧ୍ୟରେ 2600 ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଲାଇ ପ୍ରାୟ 36 ଲକ୍ଷ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଇଛି । ବର୍ତ୍ତମାନ ସାରା ଦେଶରେ 1000 ଟିକେଟ୍ କାଉଣ୍ଟର ଖୋଲାଯାଇଛି । ଖୁବ ଶୀଘ୍ର ଆହୁରି କାଉଣ୍ଟର ମଧ୍ୟ ଖୋଲାଯିବ । ରେଳ ବୋର୍ଡର ଅଧ୍ୟକ୍ଷ କହିଛନ୍ତି ଯେ ଗତ 4 ଦିନ ମଧ୍ୟରେ ଆମେ ପ୍ରତିଦିନ ହାରାହାରୀ 260 ଜଣ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଉଛୁ । ଦୈନିକ ତିନି ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଉଛି ।

ସେହିପରି ଜୁନ 1ରୁ ଚାଲିବାକୁ ଥିବା ସ୍ବତନ୍ତ୍ର ଟ୍ରେନର ଭଡା ବିଷୟରେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତରରେ ସେ କହିଛନ୍ତି ଯେ ଲକଡାଉନ ପୂର୍ବରୁ ରେଳବାଇ ସାଧାରଣ ଭଡା ଆଦାୟ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରମିକଙ୍କ ସ୍ୱତନ୍ତ୍ର ଟ୍ରେନ ଖର୍ଚ୍ଚର 85 ପ୍ରତିଶତ କେନ୍ଦ୍ର ବହନ କରୁଥିବାବେଳେ ରାଜ୍ୟଗୁଡ଼ିକ ଭଡା ବାବଦକୁ 15 ପ୍ରତିଶତ ଖର୍ଚ୍ଚ ବହନ କରୁଛନ୍ତି ।

ବାତ୍ୟା ଅମ୍ଫାନ ପାଇଁ ପଶ୍ଚିମବଙ୍ଗ ସରକାର ମେ 26 ପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ପ୍ରବାସୀ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକୁ ସ୍ଥଗିତ ରଖିବାକୁ ଅନୁରୋଧ କରି ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ସଚିବ ଏକ ଚିଠି ପଠାଇଥିଲେ । ଉକ୍ତ ଚିଠିରେ ସେ ଲେଖିଛନ୍ତି ଯେ, ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ କାର୍ଯ୍ୟ ଚାଲିଛି ଏବଂ ଏପରି ପରିସ୍ଥିତିରେ କେବେ ଟ୍ରେନ୍ ଚଳାଚଳ କାର୍ଯ୍ୟ ଆରମ୍ଭ ହେବ ସେ ନେଇ ଖୁବ ଶୀଘ୍ର ଅବଗତ କରାଯିବ । ତେବେ ଯେତେ ଶୀଘ୍ର ଆମକୁ ଭଡା ମିଳିବ ସେତେ ଶୀଘ୍ର ପଶ୍ଚିମବଙ୍ଗ ପାଇଁ ଆମେ ଟ୍ରେନ୍ ଚଳାଚଳ ଆରମ୍ଭ କରିବୁ ବୋଲି ଅଧ୍ୟକ୍ଷ କହିଛନ୍ତି ।

ତେବେ ଲମ୍ବା ରୁଟ ଦେଇ ଗନ୍ତବ୍ୟସ୍ଥଳକୁ କିଛି ଟ୍ରେନ୍ ପଠାଇବା ପ୍ରଶ୍ନ ଉପରେ ବୋର୍ଡର ଅଧ୍ୟକ୍ଷ କହିଛନ୍ତି ଯେ ଅଧିକାଂଶ ଶ୍ରମିକ ସ୍ବତନ୍ତ୍ର ଟ୍ରେନର ଶେଷ ଷ୍ଟେସନ ଉତ୍ତରପ୍ରଦେଶ ଓ ବିହାରରେ ରହିଛି । ଏମିତି ସ୍ଥିତିରେ ରେଳବାଇ ଏହି ଟ୍ରେନ୍ଗୁଡ଼ିକ ବିନା ଭିଡ ଥିବା ଯାତାୟାତ ମାର୍ଗରେ ଚଳାଇବାକୁ ନିଷ୍ପତ୍ତି ନେଇଛି, ଯାହା ଟିକିଏ ଲମ୍ବା ମାର୍ଗ ହେବ । ସେହିପରି ଜୁନ୍ 1 ରୁ ରେଳବାଇ 100 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.