ETV Bharat / bharat

ଦେଶରେ ମଙ୍ଗଳବାର ସୁଦ୍ଧା ସରିଛି 2,60,15,297 କୋଭିଡ ଟେଷ୍ଟ: ICMR

author img

By

Published : Aug 12, 2020, 11:04 AM IST

ଭାରତରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ସତ୍ତ୍ବେବହୁ ପାରିମାଣରେ ଆକ୍ରାନ୍ତ ମାନେ ମଧ୍ୟ ସୁସ୍ଥ ହେଉଛନ୍ତି । କାରଣ ଟେଷ୍ଟ ଦ୍ବାରା ଉପଯୁକ୍ତ ସମୟରେ ଏହାର ଚିକିତ୍ସା କରାଯାଇ ପାରୁଛି । ଅଧିକ ପଢନ୍ତୁ...

ଦେଶରେ ମଙ୍ଗଳବାର ସୁଦ୍ଧା ସରିଛି 2,60,15,297 କୋଭିଡ ଟେଷ୍ଟ

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ଆଉ ଏହି ସଂଖ୍ୟା ଉପରେ ରୋକ ଲଗାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅହରହ ପ୍ରୟାସ ଜାରି ରହିଛି । ଯାହାକୁ ନେଇ ଗତ 24 ଘଣ୍ଟାରେ ଦେଶରେ ଥିବା ସମସ୍ତ ପଞ୍ଜିକୃତ ଓ ଅଣ ପଞ୍ଜିକୃତ ଲ୍ୟାବରେ ସର୍ବାଧିକ କୋରୋନା ଟେଷ୍ଟ କରାଯାଇଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ରିପୋର୍ଟ ମୁତାବକ, ମଙ୍ଗଳବାର 7 ଲକ୍ଷ 33 ହଜାର 449ଟି କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଅଗଷ୍ଟ 11 ତାରିଖ ସୁଦ୍ଧା 2 କୋଟି 60 ଲକ୍ଷ 15 ହଜାର 297ଟି ସାମ୍ପଲ ଟେଷ୍ଟ କରାଯାଇଛି ।

ତେବେ ବର୍ତ୍ତମାନ ଦେଶରେ 23 ଲକ୍ଷ 29 ହଜାର 639 ଛୁଇଁଛି ସଂକ୍ରମଣ ସଂଖ୍ୟା ଯେଉଁଥିରେ 46 ହଜାର 91 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 16 ଲକ୍ଷ 39 ହଜାର 600 ଜଣ ସୁସ୍ଥ ହୋଇଛନ୍ତି । ଆଉ ଏଥିରେ ବର୍ତ୍ତମାନ 6 ଲକ୍ଷ 43ହଜାର 948 ଜଣ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.