ETV Bharat / bharat

ଆମେରିକାରେ ଗତ 24 ଘଣ୍ଟାରେ ଗଲାଣି 2502 ଜୀବନ - କୋରୋନା

ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ କାରଣରୁ ଗତ 24 ଘଣ୍ଟାରେ ଆମେରିକାରେ 2502 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।

corona
ଆମେରିକାରେ 60 ହଜାର ପାର କଲା କୋରୋନା ମୃତ୍ୟୁ ସଂଖ୍ୟା
author img

By

Published : Apr 30, 2020, 10:22 AM IST

ୱାଶିଂଟନ: ଆମରିକାରେ ମୃତ୍ୟୁର ତାଣ୍ଡବ ରଚିଛି କୋରୋନା ଭାଇରସ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ କାରଣରୁ ଗତ 24 ଘଣ୍ଟାରେ ଆମେରିକାରେ 2502 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।

ଏହାକୁ ମିଶାଇ ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 60 ହଜାର ଟପିଛି । ଏହାଛଡା ବର୍ତ୍ତମାନ ଆମେରିକାରେ 9 ଲକ୍ଷରୁ ଉର୍ଦ୍ଧ୍ବ ଲୋକ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ସେହିପରି ୟୁରୋପର ଇଟାଲୀ, ସ୍ପେନ୍ ଏବଂ ଫ୍ରାନ୍ସ ଭଳି ଦେଶ ମଧ୍ୟ କୋରୋନା ଭାଇରସ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି ଦେଶ ମାନଙ୍କରେ କୋରୋନା କାରଣରୁ ପ୍ରତ୍ୟେକ 23 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ପ୍ରକାଶ ଥାଉକି, ସମଗ୍ର ବିଶ୍ବର 120 ଦେଶରେ କୋରୋନା ନିଜ କାୟା ବିସ୍ତାର କରିଛି । କୋରୋନା କାରଣରୁ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବର 2 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇ ସାରିଲେଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.