ETV Bharat / bharat

ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେ 250 ଅତିଥି - 250 guests may attend 'bhoomi poojan' ceremony

ଆସନ୍ତା ମାସ ଅଗଷ୍ଟ 5 ତାରିଖରେ ଉତ୍ତରପ୍ରଦେଶ ଅଯୋଦ୍ଧାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ୨୫୦ ଜଣ ଅତିଥି ଯୋଗଦେବେ ବୋଲି ଖବର ମିଳିଛି।

ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେ 250 ଅତିଥି

author img

By

Published : Jul 20, 2020, 10:58 AM IST

ନୂଆଦିଲ୍ଲୀ: ଆସନ୍ତା ମାସ ଅଗଷ୍ଟ 5 ତାରିଖରେ ଉତ୍ତରପ୍ରଦେଶ ଅଯୋଦ୍ଧାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କିଛି ଦିନ ପରେ ମନ୍ଦିରରେ ବିରାଜମାନ କରିବେ ରାମଲାଲା। ତେବେ ଏହି ପବିତ୍ର କାର୍ଯ୍ୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଏହାସହ କାର୍ଯ୍ୟକ୍ରମରେ ୨୫୦ ଜଣ ଅତିଥି ଯୋଗଦେବେ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।

ସୂତ୍ରରୁ ପ୍ରକାଶ ଯେ ଅଯୋଧ୍ୟାର ଗୁରୁତ୍ୱପୂର୍ଣ୍ଣ ସାଧୁ ତଥା ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ସମସ୍ତ ବରିଷ୍ଠ ବ୍ୟକ୍ତି 'ଭୂମି ପୂଜନ' ସମାରୋହରେ ଯୋଗଦେବେ। ଏହାସହ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ ଏବଂ ବିଶ୍ୱ ହିନ୍ଦୁ ପରିଷଦର କେତେକ ବରିଷ୍ଠ ଅଧିକାରୀଙ୍କୁ ଏହି ଉତ୍ସବରେ ଯୋଗଦେବା ପାଇଁ ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତର ଟ୍ରଷ୍ଟ ମଧ୍ୟ ନିମନ୍ତ୍ରଣ କରିବେ।

'ଭୂମି ପୂଜନ' ସମାରୋହରେ ଉତ୍ତରପ୍ରଦେଶର କିଛି ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ଯେଉଁଥିରେ କୋରୋନାଭାଇରସ୍ ମହାମାରୀ ହେତୁ ସୀମିତ ସଂଖ୍ୟକ ଲୋକ ଯୋଗଦେବେ। ଅଗଷ୍ଟ 5 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିରର 'ଭୂମି ପୂଜନ' ସମାରୋହରେ ଯୋଗଦେବେ।

ପ୍ରଧାନମନ୍ତ୍ରୀ ଅଗଷ୍ଟ 5 ତାରିଖ ସକାଳ 11 ଟାରୁ 1:10 ପର୍ଯ୍ୟନ୍ତ ଅଯୋଧ୍ୟାରେ ରହିବାର ସମ୍ଭାବନା ରହିଛି। ରାମ ମନ୍ଦିରର 'ଭୂମି ପୂଜନ' ସମାରୋହ ସହିତ ପ୍ରାର୍ଥନା ଏବଂ ଅନ୍ୟାନ୍ୟ ରୀତିନୀତି ଅଗଷ୍ଟ 5 ତାରିଖ ସକାଳ 8 ଟାରୁ ଆରମ୍ଭ ହେବ। 'ଭୂମି ପୂଜନ' କାଶୀର ପୁରୋହିତ ଏବଂ ବାରାଣାସୀର କିଛି ପୁରୋହିତଙ୍କ ଦ୍ବାରା କରାଯିବ।

ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିର୍ଦ୍ଦେଶିତ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟର ସଦସ୍ୟମାନେ ଶନିବାର ଦିନ ଅଯୋଧ୍ୟାରେ ସାକ୍ଷାତ ହୋଇଥିଲେ। ଏବଂ ମନ୍ଦିରର 'ଭୂମି ପୂଜନ' ପାଇଁ ଅଗଷ୍ଟ 3 ଏବଂ ଅଗଷ୍ଟ 5 ତାରିଖରେ ସହମତି ପ୍ରକାଶ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.