ETV Bharat / bharat

ଭାରତ ଫେରିଲେ ବାଙ୍ଗଲାଦେଶ, ଆମେରିକା ଓ ଫିଲିପିନ୍ସରେ ଫସି ଥିବା 413 ଛାତ୍ରଛାତ୍ରୀ - air india flight

ସ୍ବଦେଶ ଫେରିଲେ ବାହାର ଦେଶରେ ଫସି ରହିଥିବା ଛାତ୍ରଛାତ୍ରୀ । ଭାରତ ଫେରିବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅଧିକ ପଢନ୍ତୁ...

ଆମେରିକା ଓ ଫିଲିପିନରୁ 244 ଛାତ୍ରଛାତ୍ରୀ ଭାରତ ଫେରିଛନ୍ତି

author img

By

Published : May 13, 2020, 7:50 AM IST

ହାଇଦ୍ରାବାଦ: କୋରୋନା ଭାଇରସ ଲକଡାଉନ ଏବଂ ଯାତ୍ରା ଉପରେ ପ୍ରତିବନ୍ଧକ ଯୋଗୁଁ ବାଂଲାଦେଶରେ ଫଶିରହିଥିବା ଜମ୍ମୁକାଶ୍ମୀରର 169 ଡାକ୍ତରୀ ଛାତ୍ରଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଶ୍ରୀନଗରରେ ପହଞ୍ଚିଛି। ଜଣେ ଛାତ୍ରଙ୍କ କହିବାନୂସାରେ, "ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ଏବଂ ଭାରତୀୟ ସରକାର ଆମକୁ ବହୁତ ସାହାଯ୍ୟ କରିଛନ୍ତି । ଆମେ ନିଜ ଦେଶକୁ ଫେରି ଆସି ବହୁତ ଖୁସି ଅଛୁ । ଯାହାକୁ ନେଇ ଆମେ ଭାରତୀୟ ସରକାରଙ୍କୁ ଧନ୍ୟବାଦ ଦେଉଛୁ।"

ଆମେରିକା ଓ ଫିଲିପିନରୁ 244 ଛାତ୍ରଛାତ୍ରୀ ଭାରତ ଫେରିଛନ୍ତି
ଆମେରିକା ଓ ଫିଲିପିନରୁ 244 ଛାତ୍ରଛାତ୍ରୀ ଭାରତ ଫେରିଛନ୍ତି

ସେହିପରି, ମଙ୍ଗଳବାର ଆମେରିକା ଏବଂ ଫିଲିପିନ୍ସରୁ 2ଟି ସ୍ୱତନ୍ତ୍ର ବିମାନରେ 244 ଭାରତୀୟ ଛାତ୍ର ଗୁଜୁରାଟ ଫେରିଛନ୍ତି । ସ୍ବଦେଶ ଫେରିଥିବା ଏହି ସମସ୍ତ ଛାତ୍ର ଗୁଜୁରାଟର। ଏଥିରେ କୁହାଯାଇଛି ଯେ ଫିଲିପିନ୍ସର ରାଜଧାନୀ ମନିଲାରୁ 137 ଜଣ ଛାତ୍ର ଏବଂ ଆମେରିକାର ନ୍ୟୁୟର୍କରୁ 107 ଜଣ ଛାତ୍ରଙ୍କୁ ଅଣାଯାଇଛି।

ବିଦେଶରୁ ଏଠାକୁ ଆସିବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ପରେ ବସ ମାଧ୍ୟମରେ ନିଜ ଜିଲ୍ଲାକୁ ପଠାଯାଇଥିଲା। ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ ଯେ ବିଦେଶରେ ଫସି ରହିଥିବା ଗୁଜୁରାଟର ପ୍ରାୟ ଏକ ହଜାର ଛାତ୍ରଙ୍କୁ ଫେରାଇ ଅଣାଯିବ। ଲକଡାଉନ କାରଣରୁ ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର 'ବନ୍ଦେ ଭାରତ' ମିଶନ ଆରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ବିଦେଶରେ ଫସି ରହିଥିବା 6 ହଜାରରୁ ଅଧିକ ଲୋକ ଘରକୁ ଫେରିଛନ୍ତି। ବନ୍ଦେ ଭାରତ ଅଭିଯାନର ପ୍ରଥମ 5 ଦିନରେ 31ଟି ବିମାନ ଚଳାଚଳ କରାଯାଇଥିଲା । ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ମେ 7 ରୁ ମେ 14 ମଧ୍ୟରେ ସମୁଦାୟ 64 ବିମାନ ଚଳାଚଳ କରିବ ଏବଂ 12 ଟି ଦେଶରେ ଫସି ରହିଥିବା ପ୍ରାୟ 15,000 ଭାରତୀୟଙ୍କୁ ଫେରାଇ ଆଣିବା ନେଇ ପ୍ରୟାସ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.