ETV Bharat / bharat

ମହାରାଷ୍ଟ୍ରରେ 52 ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା - ମହାରାଷ୍ଟ୍ରରେ କୋଭିଡ 19 ପଜିଟିଭ

ମୁମ୍ବାଇରେ ପରିସ୍ଥିତି ବିଗିଡିବାରେ ଲାଗିଛି । 24 ଘଣ୍ଟାରେ 1430ଟି ନୂଆ କେସ ଓ 38 ମୃତ୍ୟୁ ରେକର୍ଡ ହୋଇଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ 52 ହଜାର ଟପିଲା ଆକ୍ରାନ୍ତ
ମହାରାଷ୍ଟ୍ରରେ 52 ହଜାର ଟପିଲା ଆକ୍ରାନ୍ତ
author img

By

Published : May 25, 2020, 10:20 PM IST

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ର କୋରୋନା ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ପାଲଟୁଛି । ଲକଡାଉନ କୋହଳ ହେବାକୁ ଯାଉଥିବାବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନି । ସୋମବାର 2436 ଜଣ ନୂଆ ପଜିଟିଭ ବାହାରିଛନ୍ତି । 2000 ଉପରେ ଆକ୍ରାନ୍ତ ବାହାରିବାକୁ ଲଗାତାର 2 ସପ୍ତାହ ହୋଇଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 52 ହଜାର 667 ଛୁଇଁଛି । ସେହିପରି 24 ଘଣ୍ଟାରେ 60 ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା 1695 ରହିଛି । ସୋମବାର 1186 ଜଣଙ୍କୁ ଚିକିତ୍ସା ପରେ ଛଡାଯାଇଛି । ଏବେ ସୁଦ୍ଧା 15 ହଜାର 786 ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ମୁମ୍ବାଇରେ ପରିସ୍ଥିତି ବିଗିଡିବାରେ ଲାଗିଛି । 24 ଘଣ୍ଟାରେ 1430ଟି ନୂଆ କେସ ଓ 38 ମୃତ୍ୟୁ ରେକର୍ଡ ହୋଇଛି । ଏଠାରେ ମୋଟ ଆକ୍ରାନ୍ତ 31 ହଜାର 789 ରହିଥିବାବେଳେ ମୃତ୍ୟୁସଂଖ୍ୟା 1026 ରହିଛି । ସେହିପରି ସୋମବାର ଧାରାଭିରେ 42ଟି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାରେ ମୋଟ ଆକ୍ରାନ୍ତ 1583 ପହଞ୍ଚିଛି । ତେବେ 24 ଘଣ୍ଟାରେ କୌଣସି ମୃତ୍ୟୁ ରେକର୍ଡ ହୋଇନାହିଁ ବୋଲି ବ୍ରିହାଣମୁମ୍ବାଇ ପୌର ପରିଷଦ ସୂଚନା ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.