ETV Bharat / bharat

ୟୁପି ଦୁର୍ଘଟଣାରେ ମୃତ ପ୍ରବାସୀ ଶ୍ରମିକଙ୍କ ପରିବାରକୁ 2 ଲକ୍ଷ ସହାୟତା ଘୋଷଣା

ୟୁପିର ଔରେୟା ଠାରେ ଏକ ସଡ଼କ ଦୁର୍ଘଟଣାରେ 24ରୁ ଅଧିକ ଗରିବ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଟ୍ବିଟ କରି ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

author img

By

Published : May 16, 2020, 12:45 PM IST

ମୃତକଙ୍କ ପରିବାରକୁ 2ଲକ୍ଷ ଓ ଆହତଙ୍କୁ 50 ହଜାର ଆର୍ଥିକ ରାଶି ଘୋଷଣା କଲେ ସିଏମ

ନୂଆଦିଲ୍ଲୀ: ଆଜି (ଶନିବାର) ସକାଳେ ଉତ୍ତରପ୍ରଦେଶର ଔରେୟା ସଡକ ଦୁର୍ଘଘଟଣାରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ଯୋଗୀ ଟ୍ୱିଟ୍ କରି କହିଛନ୍ତି ଯେ, ''ଔରେୟା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ । ମୃତକଙ୍କ ଶୋକସନ୍ତପ୍ତ ପରିବାର ସହ ମୋର ସମବେଦନା ରହିଛି'' । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ 2 ଲକ୍ଷ ଓ ଆହତଙ୍କୁ 50 ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ସିଏମ ଯୋଗୀ । ସେହିପରି ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଏବଂ ଦୁର୍ଘଟଣାର ତୁରନ୍ତ ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଔରେୟା ସଡକ ଦୁର୍ଘଘଟଣାରେ ଦୁଃଖ ପ୍ରକାଶ କଲେ ୟୁପି ସିଏମ

ଅନ୍ୟପଟେ ଔରେୟା ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ''ମୋଦି ଲେଖିଛନ୍ତି ସରକାର ରିଲିଫ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଇବା ସହିତ ଯଥାଶୀଘ୍ର ଆହତମାନଙ୍କ ଆରୋଗ୍ୟ କାମନା କରୁଛି'' ।

ଶ୍ରମିକଙ୍କ ମୃତ୍ୟୁକୁ ନେଇ ଟ୍ବିଟ କରି ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଔରେୟା ଦୁର୍ଘଟଣା ସମ୍ପର୍କରେ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହିତ ଅଖିଳେଶ ଯୋଗୀ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଅଖିଳେଶ ଯାଦବ ଟ୍ୱିଟ କରି କହିଛନ୍ତି ଯେ, ୟୁପିର ଔରେୟା ଠାରେ ଏକ ସଡ଼କ ଦୁର୍ଘଟଣାରେ 24ରୁ ଅଧିକ ଗରିବ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଏକ ଅବିସ୍ମରଣୀୟ ଦୁଃଖ। ଆହତମାନଙ୍କ ସୁସ୍ଥ ପାଇଁ ପ୍ରାର୍ଥନା କରୁଛି । ଅଖିଳେସ ଟ୍ୟୁଟ୍ ରେ ଆହୁରି ଲେଖିଛନ୍ତିଯେ, ସବୁକିଛି ଜାଣି ଏପରିକି ସବୁକିଛି ଦେଖିବା ପରେ ବି, କିପରି ନିଃସ୍ୱାର୍ଥପର ଲୋକ ଏବଂ ସେମାନଙ୍କର ସମର୍ଥକମାନେ ଏହି ଅବହେଳାକୁ ଉଚିତ ବୋଲି ମାନୁଛନ୍ତି । ଏଭଳି ଦୁର୍ଘଟଣା ମୃତ୍ୟୁ ନୁହେଁ ବରଂ ହତ୍ୟା ବୋଲି କହିଛନ୍ତି ଅଖିଳେଶ ।

ୟୁପି ଦୁର୍ଘଟଣା ମୃତ୍ୟୁ ନୁହେଁ ବରଂ ହତ୍ୟାର ନାଁ ଦେଲେ ଅଖିଳେଶ

ଏହି ଦୁର୍ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସମବେଦନା ଜଣାଇ ଲେଖିଛନ୍ତି ଯେ,''ଉତ୍ତରପ୍ରଦେଶର ଔରେୟା ଠାରେ ସଡକ ଦୁର୍ଘଟଣାରେ ଅନେକ ଅମୂଲ୍ୟ ଜୀବନ ହଜିଯାଇଛି। ମୃତ ଶ୍ରମିକଙ୍କ ଆତ୍ମାକୁ ଶାନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ''।

ୟୁପିର ଔରେୟାରେ ଘଟିଥିବା ଦୁର୍ଘଟଣାରେ ଏକ ଟ୍ରକ ଏବଂ ଡିସିଏମ୍ ଗାଡି ଧକ୍କାରେ 24 ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ 35 ଜଣ ଆହତ ହୋଇଛନ୍ତି । ସେଥିମଧ୍ୟରୁ 14 ଜଣ ଗୁରୁତର ଆହତଙ୍କୁ ସୈଫେଇ ଇଟାବାର ପିଜିଆଇରେ ଭର୍ତ୍ତି କରାଯାଇଛି । ଏହି ଦୁଇଟି ଗାଡିରେ ଅଧିକାଂଶ ଶ୍ରମିକ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ଥିଲେ ।

ଏହି ଔରେୟା ଦୁର୍ଘଟଣା 24 ଜଣଙ୍କ ମଧ୍ୟରୁ 16 ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଝାଡଖଣ୍ଡର ବୋକାରୋରୁ 7 ଜଣ, ପଶ୍ଚିମବଙ୍ଗର ପୁରଲିୟାରୁ 4 ଜଣ, ବିହାରର ଗୟାରୁ 2 ଜଣ ଏବଂ ୟୁପିର କୁସିନଗର, ଝାନ୍ସୀ ଏବଂ ଭଦୋହିରୁ ଜଣେ ଲେଖେଁ ଅଛନ୍ତି । ଘଟଣାରେ ଅନ୍ୟମାନଙ୍କୁ ଚିହ୍ନଟ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.