ETV Bharat / bharat

ବନ୍ୟାରେ ଭାସୁଛି ଆସାମ: ସ୍ଥିତି ଅଣାୟତ୍ତ, ମୃତ୍ୟୁ ସଂଖ୍ୟା 110କୁ ବୃଦ୍ଧି

author img

By

Published : Jul 20, 2020, 12:06 PM IST

ଆସାମରେ ବନ୍ଯା ପରିସ୍ଥିତି ସଙ୍ଗୀନ । ମୃତ୍ୟୁ ସଂଖ୍ୟା 110କୁ ବୃଦ୍ଧି । 24 ଜିଲ୍ଲାର 26 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ । 1,12,138.99 ହେକ୍ଟର ଫସଲ ନଷ୍ଟ । ଅଧିକ ପଢନ୍ତୁ....

24 Districts In Assam Flooded
ବନ୍ୟାରେ ଭାସୁଛି ଆସାମ: ସ୍ଥିତି ଅଣାୟତ୍ତ, ମୃତ୍ୟୁ ସଂଖ୍ୟା 110କୁ ବୃଦ୍ଧି

ଗୌହାଟୀ : ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ଆସାମର ବନ୍ୟା ପରିସ୍ଥିତି । ବ୍ରହ୍ମପୁତ୍ର ସହ ଅଧିକାଂଶ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ବିଗିଡିବାରେ ଲାଗିଛି ରାଜ୍ୟର ବନ୍ୟା ସ୍ଥିତି । କାଚର ଜିଲ୍ଲା ଦେଇ ପ୍ରବାହିତ ବାରକ ନଦୀର ଜଳ ସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। । ରାଜ୍ୟ କେନ୍ଦ୍ର ଜଳ ସମ୍ପଦ ବିଭାଗ ପରିସ୍ଥିତି ଉପରେ ନଜର ରଖିଛି । ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । 24 ଜିଲ୍ଲାର 26 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଫଳରେ ମୃତ୍ୟୁ ସଂଖ୍ୟା 110କୁ ବୃଦ୍ଧି ପାଇଛି । ଏ ନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥୋରିଟିଙ୍କ ପକ୍ଷରୁ ସୂଚନା ମିଳିଛି ।

http://10.10.5ବନ୍ୟାରେ ଭାସୁଛି ଆସାମ: ସ୍ଥିତି ଅଣାୟତ୍ତ, ମୃତ୍ୟୁ ସଂଖ୍ୟା 110କୁ ବୃଦ୍ଧି0.80:6060///finalout3/odisha-nle/finalout/20-July-2020/8093949_assam.mp4

ତେବେ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ମଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ସହିତ ମନ୍ତ୍ରୀ କେଶବ ମହନ୍ତ, ପିଜୁଶ ହଜାରିକା ପରିଦର୍ଶନ କରିଛନ୍ତି । ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଛନ୍ତି । ମୃତକଙ୍କ ପରିବାରକୁ ମଧ୍ୟ 4 ଲକ୍ଷଟଙ୍କା ସହାୟତା ରାଶି ଦିଆଯାଇଛି । ବନ୍ୟା ଦ୍ବାରା 70 ପଞ୍ଚାୟତ ପ୍ରଭାବିତ ହୋଇଥିବାବେଳେ 2,400 ଗାଁ ଜଳବନ୍ଦୀରେ ରହିଛି । 25,29,312 ଲୋକେ ପ୍ରଭାବିତ ହୋଇଥିବାବେଳେ 1,12,138.99 ହେକ୍ଟର ଫସଲ ନଷ୍ଟ ହୋଇଛି । 521 ରିଲିଫ କ୍ୟାମ୍ପ କରାଯାଇଛି । ଯେଉଁଠାରେ 50,559 ଲୋକେ ଆଶ୍ରୟ ନେଇଛନ୍ତି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 108 ଜନ୍ତୁଙ୍କ ସହ 9ଟି ଗଣ୍ତାଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.