ETV Bharat / bharat

ମହାରାଷ୍ଟ୍ରରେ ସମୁଦାୟ 25ଟି ନୂଆ ମାମଲା, ଧରାବୀରେ ଆଉ 2 ପଜିଟିଭ - ଧରାବୀରେ ଆଉ 2 ପଜିଟିଭ

ମହାରାଷ୍ଟ୍ରରେ 23ଟି ନୂଆ କୋରୋନା ପଜିଟିଭ ରିପୋର୍ଟ ହୋଇଛି । ସବୁଠୁ ବୃହତ ବସ୍ତି ଧରାବୀରେ ଆଉ 2ଟି ପଜିଟିଭ ମାମଲା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Maharashtra
ଭାରତରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି
author img

By

Published : Apr 7, 2020, 8:18 PM IST

ମୁମ୍ବାଇ: ଭାରତରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଦିନ ଶତାଧିକ ପଜିଟିଭ ମାମଲା ସାମ୍ନାକୁ ଆସୁଛି । ତେବେ ଦେଶର ସୁବୁଠୁ ବେଶି କୋରୋନା ଦ୍ବାରା ପ୍ରଭାବିତ ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର । ରାଜ୍ୟରେ ଭୟଙ୍କର ରୂପରେ ବ୍ୟାପିବାରେ ଲାଗିଛି କୋରୋନା ।

ଆଜି(ମଙ୍ଗଳବାର) ମହାରାଷ୍ଟ୍ରରେ 23ଟି ନୂଆ କୋରୋନା ପଜିଟିଭ ରିପୋର୍ଟ ହୋଇଛି । ରାଜ୍ୟର ସାଙ୍ଗଲିରେ 1, ପିମ୍ପ୍ରି-ଚିଞ୍ଚୱାଡର୍ 4, ଅହମ୍ମଦନଗର 3, ବୁଲଡାନା 2, ବିଏମସି 10, ଥାନେ 1 ଏବଂ ନାଗପୁର 2 ଟି ମାମଲା ରିପୋର୍ଟ ହୋଇଛି । ଯାହାକୁ ନେଇ ରାଜ୍ୟରେ ମୋଟ ପଜିଟିଭ ମାମଲା 891କୁ ବୃଦ୍ଧି ପାଇଛି ।

ସେହିପରି ସବୁଠୁ ବୃହତ ବସ୍ତି ଧରାବୀରେ ଆଉ 2ଟି ପଜିଟିଭ ମାମଲା ଦେଖିବାକୁ ମିଳିଛି । ଗୋଟିଏ ପରିବାରର ବାପା ଓ ପୁଅର ରିପୋର୍ଟ ପଜିଟିଭ ଆସିଛି । ଏହାପରେ ଧରାବୀର ଡାକ୍ତର ବାଲିଗା ନଗର ଅଞ୍ଚଳକୁ ସିଲ୍ କରାଯିବା ସହ ନୂଆ ମାମଲା ଗୁଡ଼ିକର ଯାଞ୍ଚ କରାଯାଉଛି । ତେବେ ଧରାବୀରେ ସମୁଦାୟ କୋରୋନା ଭାଇରସର ପଜିଟିଭ ମାମଲା 7ରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.