ETV Bharat / bharat

40 ହଜାର ଛୁଇଁବ ମହାରାଷ୍ଟ୍ର କୋରୋନା ଆକ୍ରାନ୍ତ

author img

By

Published : May 20, 2020, 11:50 PM IST

ବୁଧବାର ମହାରାଷ୍ଟ୍ରରେ 2250ଟି କେସ ବାହାରିଛି । ଏହାସହ 65 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

40 ହଜାର ଛୁଇଁବ ମହାରାଷ୍ଟ୍ର କୋରୋନା ଆକ୍ରାନ୍ତ
40 ହଜାର ଛୁଇଁବ ମହାରାଷ୍ଟ୍ର କୋରୋନା ଆକ୍ରାନ୍ତ

ମୁମ୍ବାଇ: ଦେଶରେ କୋରୋନା ଦ୍ବାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ଏଠାରୁ ହିଁ ସର୍ବାଧିକ ପଜିଟିଭ ରହିଛନ୍ତି । ସେହିପରି ପ୍ରତିଦିନ ରାଜ୍ୟରେ ହଜାର ହଜାର ଆକ୍ରାନ୍ତ ବାହାରୁଛନ୍ତି । ଗତ ଏକ ସପ୍ତାହ ଧରି ଏଠାରେ ସବୁଦିନ 2000 ଉପରେ ପଜିଟିଭ ଚିହ୍ନଟ ହେଉଛନ୍ତି ।

ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ବୁଧବାର ମହାରାଷ୍ଟ୍ରରେ 2250ଟି କେସ ବାହାରିଛି । ଏହାସହ 65 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 39 ହଜାର 297 ରହିଛି । ଗୁରୁବାର ଏହା 40 ହଜାର ପାର କରିବା ନିଶ୍ଚିତ ବୋଲି ଜଣାପଡିଛି । ସେହିପରି ମୋଟ ମୃତ୍ୟୁସଂଖ୍ୟା 1390 ଛୁଇଁଛି । ଆକ୍ରାନ୍ତଙ୍କ ମଧ୍ୟରେ 27 ହଜାର 581ଟି ଆକ୍ଟିଭ କେସ ରହିଛି ।

ଗତ 24 ଘଣ୍ଟାରେ ମୁମ୍ବାଇରେ 1372 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 23 ହଜାର 935 ରହିଛି । ସେହିପରି 41ଟି ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା 841 ପହଞ୍ଚିଛି । 2ରୁ 3 ଦିନ ମଧ୍ୟରେ ଏହା 1000 ଟପିବାର ସମ୍ଭାବନା ରହିଛି ବୋଲି ବ୍ରିହାଣମୁମ୍ବାଇ ପୌର ପରିଷଦ ସୂଚନା ଦେଇଛି ।

ଏସିଆର ବୃହତ ବସ୍ତି ଧାରାବିରେ କୋଭିଡ-19 ନିଜ କାୟା ବିସ୍ତାର କରିବାରେ ଲାଗିଛି । ବୁଧବାର 25ଟି ନୂଆ ମାମଲା ବାହାରିଛି । ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1378 ରହିଥିବା ଖବର ରହିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.