ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବଢିଚାଲିଛି କୋରୋନା ସଂକ୍ରମଣଙ୍କ ସଂଖ୍ୟା । ଦିନକୁ ଦିନ ଅଧିକ ଆକ୍ରାନ୍ତ ବାହାରୁଛନ୍ତି । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଶୁକ୍ରବାର ଦିଲ୍ଲୀରେ 223ଟି ମାମଲା ସ୍ପଷ୍ଟ ହୋଇଛି ।
ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3738 ଛୁଇଁଛି । ସେହିପରି ଶୁକ୍ରବାର 2ଟି ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 61ରେ ପହଞ୍ଚିଛି । ପ୍ରାୟ 1100ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି ।
ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ଦିଲ୍ଲୀରେ ସରକାର ନମୁନା ପରୀକ୍ଷାକୁ କଡାକଡି କରିଥିବାରୁ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଲୋକଙ୍କ ପରୀକ୍ଷା ହେଉଛି । 10 ଲକ୍ଷ ଲୋକଙ୍କର 2300 ଥର ପରୀକ୍ଷା କରିଛନ୍ତି ଦିଲ୍ଲୀ ସରକାର । ଯାହା ଜାତୀୟ ଆଭରେଜଠାରୁ ଅଧିକ ବୋଲି କେଜ୍ରିୱାଲ କହିଛନ୍ତି ।
ସୌଜନ୍ୟ@ANI