ETV Bharat / bharat

କାରଗିଲ ବିଜୟକୁ 21 ବର୍ଷ: ଭାରତୀୟ ବୀର ଯବାନଙ୍କ ବୀରତ୍ବ ଓ ବଳିଦାନର କାହାଣୀ

author img

By

Published : Jul 26, 2020, 10:13 AM IST

Updated : Jul 26, 2020, 7:00 PM IST

1999 ମେ 3 ରୁ ଆରମ୍ଭ ହୋଇ ଜୁଲାଇ 26 ତାରିଖରେ ଶେଷ ହୋଇଥିଲା ଏହି କାର୍ଗିଲ ଯୁଦ୍ଧ । ଯେଉଁ ଦିନକୁ ଭାରତ ବିଜୟ ଦିବସ ଭାବେ ପାଳନ କରିଥାଏ। ପଢନ୍ତୁ କାର୍ଗିଲ ଯୁଦ୍ଧର ପୁରା କାହାଣୀ...

21st-kargil-vijay-dibas-how-the-war-started-between-india-and-pakistan
କାର୍ଗିଲ ବିଜୟକୁ 21 ବର୍ଷ: ଭାରତୀୟ ବୀର ଯବାନଙ୍କ ବୀରତ୍ବ ଓ ବଳିଦାନର କାହାଣୀ

ନୂଆଦିଲ୍ଲୀ: 1999 ଜୁଲାଇ 26ରେ ଭାରତୀୟ ସେନାର ବିଜୟ ସଫଳ ଅଭିଯାନକୁ କାର୍ଗିଲ ଦିବସ ଭାବେ ପାଳନ କରାଯାଇଥାଏ । ଷାଠିଏ ଦିନ ଧରି ଏହି ଯୁଦ୍ଧ ଚାଲିଥିଲା । 1999 ମେ 3ରୁ ଆରମ୍ଭ ହୋଇ ଜୁଲାଇ 26 ତାରିଖରେ ଶେଷ ହୋଇଥିଲା । ଆଜି ହେଉଛି ଏହି ବିଜୟ ଦିବସକୁ 21ବର୍ଷ। ଯୁଦ୍ଧରେ ଶହୀଦ ହୋଇଥିବା ବୀର ସୈନିକଙ୍କୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଶହୀଦ ସ୍ତମ୍ଭ ଓ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ ଜମ୍ମୁ କାଶ୍ମୀରର କାର୍ଗିଲ ଜିଲ୍ଲାରେ 1999 ମେ-ଜୁଲାଇ ମଧ୍ୟରେ କାର୍ଗିଲ ଯୁଦ୍ଧ ହୋଇଥିଲା । ପାକିସ୍ତାନ ଆର୍ମି ଚିଫ ଜେନେରାଲ ପରଭେଜ ମୁଶାରଫଙ୍କ ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଅଜାଣତରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ଦିନ ଥିଲା ମେ 3 ତାରିଖ 1999 । ଛଦ୍ମବେଶୀ ପାକିସ୍ତାନ ସେନା ଭାରତରେ ଅନୁପ୍ରବେଶ କରିଥିବା ଖବର ଦେଇଥିଲେ ମେଷ ପାଳକ ।

ଶୀତ ଦିନେ ପ୍ରବଳ ବରଫପାତ ଫଳରେ ଦୁର୍ଗମ ପୋଷ୍ଟ ଛାଡି ଆସିଥିଲେ ଭାରତୀୟ ସେନା । ଏହାର ଫାଇଦା ନେଇ ଏଲଓସି ଅତିକ୍ରମ କରି 10ରୁ 40 କିଲୋମିଟର ଭିତରକୁ ପଶି ଆସି ଭାରତୀୟ ପୋଷ୍ଟ ଓ ବଙ୍କର ଅକ୍ତିଆର କରିଥିଲା ପାକିସ୍ତାନ ସେନା । ଲକ୍ଷ୍ୟ ଥିଲା ଲେହ, ଲଦାଖକୁ ସଂଯୋଗ କରୁଥିବା ଏନଏଚ୍‌ 1 ଡେଲଟା, ରାଷ୍ଟ୍ରୀୟ ରାଜମାର୍ଗକୁ ନିୟନ୍ତ୍ରଣରେ ନେବା ।

ହେଲେ ଶତ୍ରୁ ଉପରେ ଘାତକ ପ୍ରହାର କରିଥିଲା ଭାରତୀୟ ସେନା । ଗର୍ଜିଥିଲା ବୋଫର୍ସ କମାଣ । ଭାରତୀୟ ବାୟୁସେନାର ମିଗ୍‌-27, ମିଗ୍‌-29 ଯୁଦ୍ଧ ବିମାନ ଶତ୍ରୁ ଶିବିର ଉପରେ କରିଥିଲା ଆକାଶରୁ ଅଗ୍ନିବର୍ଷା । ନୌ- ସେନାର ପ୍ରୟାସ ବି ଥିଲା ଦୃଢ । ପ୍ରାଣକୁ ଖାତିର ନକରି କର ବା ମର ନୀତିରେ ଶତ୍ରୁ ଉପରେ ଆକ୍ରମଣ କରୁଥିଲେ ଭାରତୀୟ ବୀର ଯବାନ ।

ଶେଷରେ ଜୁଲାଇ 26 ତାରିଖରେ ସେନାର ବୀରତ୍ବ ଆଗରେ ଶତ୍ରୁ ହାତ ଟେକି ଦେଲା । ତୋଲେୋଲିଙ୍ଗ, ଦ୍ରାସ, ଟାଇଗର ହିଲ୍‌, ବାଟାଲିକ ସେକ୍ଟରରେ ଉଡିଲା ତ୍ରିରଙ୍ଗା । ସେନା ପକ୍ଷରୁ ସ୍ୱଷ୍ଟ କରାଯାଇଥିବା ସୂଚନା ଅନୁସାରେ ଏହି ଯୁଦ୍ଧରେ ଭାରତର 527 ଯବାନ ଶହୀଦ ହୋଇଥିବା ବେଳେ, 600ରୁ ଅଧିକ ପାକିସ୍ତାନୀ ନିହତ ହୋଇଥିଲେ । କାର୍ଗିଲ ବିଜୟ ପରେ ଭାରତୀୟ ସେନା 1999 ଜୁଲାଇ 26କୁ ବିଜୟ ଦିବସ ଭାବରେ ପାଳନ କରିବା ପାଇଁ ଘୋଷଣା କରିଥିଲା ।

ଏହି ଯୁଦ୍ଧରେ ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, କ୍ୟାପଟେନ୍ ବିକ୍ରମ ବତ୍ରା, ରାଇଫଲମ୍ୟାନ୍‌ ସଞ୍ଜୟ କୁମାର, ଗ୍ରେନେଡ଼ିୟର ଯୋଗେନ୍ଦ୍ର ସିଂ ଯାଦବ ଆଦି ଅନେକ ଭାରତୀୟ ଶହୀଦ ଯବାନଙ୍କ ଅଦମ୍ୟ ବୀରତ୍ବର କଥା, ଗାଥା ଚିର ଦିନ ପାଇଁ ସ୍ମରଣୀୟ । ବିଜୟ ଦିବସରେ ଶହୀଦ ଯବାନଙ୍କୁ ଶତ ଶତ ବାର ପ୍ରଣାମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2020, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.