ETV Bharat / bharat

21.43 କୋଟି ଟଙ୍କା ଜୋରିମାନା ଆଦାୟ କଲା ବେଙ୍ଗାଲୁରୁ ଟ୍ରାଫିକ ପୋଲିସ

author img

By

Published : Sep 24, 2020, 6:09 PM IST

ଟ୍ରାଫିକ ଉଲ୍ଲଂଘନ ମାମଲାକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଟ୍ରାଫିକ ପୋଲିସ ମୋଟ 48,141 ମାମଲା ରୁଜୁ କରି ସେପ୍ଟେମ୍ବର 13 ରୁ 19 ମଧ୍ୟରେ ମୋଟ 21 କୋଟି 43 ଲକ୍ଷ 80 ହଜାର ଟଙ୍କା ଜୋରିମାନା ଆଦାୟ କରିଛି ।

21.43 କୋଟି ଟଙ୍କା ଜୋରିମାନା  ଆଦାୟ କଲେ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ

ବେଙ୍ଗାଲୁରୁ: 21.43 କୋଟି ଜୋରିମାନା ଆଦାୟ କଲେ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ । ଟ୍ରାଫିକ ଉଲ୍ଲଂଘନ ମାମଲାକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଟ୍ରାଫିକ ପୋଲିସ ମୋଟ 48,141 ମାମଲା ରୁଜୁ କରି ସେପ୍ଟେମ୍ବର 13 ରୁ 19 ମଧ୍ୟରେ ମୋଟ 21 କୋଟି 43 ଲକ୍ଷ 80 ହଜାର ଟଙ୍କା ଜୋରିମାନା ଆଦାୟ କରିଛି ।

କୋରୋନା ମହାମାରୀ ମଧ୍ୟରେ ଟ୍ରାଫିକ ଉଲଙ୍ଘନ ମାମଲା ଗୁଡିକୁ ଟେକ୍ନୋଲୋଜି ମାଧ୍ୟମରେ ରେକର୍ଡ କରାଯାଇଥିଲା । କିନ୍ତୁ ଅନଲକ୍ ପରେ ଟ୍ରାଫିକ୍ ଉଲ୍ଲଂଘନ ମାମଲାକୁ ଗୁରୁତର ସହ ନେଇ ଟ୍ରାଫିକ ପୋଲିସ୍ ଯାନବାହନ ମାଲିକଙ୍କୁ ସ୍ବୟଂ ତଦାରଖ କରିଥିଲେ ।

ସେହିପରି ସେପ୍ଟେମ୍ବର 13 -19 ମଧ୍ୟରେ ବିପଦଜନକ ଡ୍ରାଇଭିଂ, ସାଇଲେନ୍ସର ସମସ୍ୟା, ଶବ୍ଦ ପ୍ରଦୂଷଣ କରୁଥିବା ହର୍ଣ୍ଣ, ସୀମିତ ଅଞ୍ଚଳରେ ପାର୍କିଂ, ବାମ ପାର୍ଶ୍ୱରୁ ଓଭର ଟେକ କରିବା, ହେଡଲାଇଟ୍ ସମସ୍ୟା, ଡ୍ରାଇଭିଂ ସମୟରେ ମୋବାଇଲ୍ ବ୍ୟବହାର, ଗାଡି ଚଳାଇବା ସମୟରେ ସିଟ୍ ବେଲ୍ଟ ବ୍ୟବହାର ନକରିବା ଆଦି ବିଭିନ୍ନ ମାମଲାରେ ପୋଲିସ ଗାଡି ଚାଳକଙ୍କ ଠାରୁ 21 କୋଟି 43 ଲକ୍ଷ 80 ହଜାର ଟଙ୍କା ଜୋରିମାନା ଆଦାୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.