ETV Bharat / bharat

ପ୍ରକାଶ ପାଇଲା 20ତମ ଜାତୀୟ ପଶୁ ଗଣନା ରିପୋର୍ଟ

ଜାତୀୟ ପଶୁ ପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ତଥା ମତ୍ସ ଓ ପଶୁ ସମ୍ପଦ ବିଭାଗ ଦ୍ବାରା ଉନ୍ମୋଚିତ ହୋଇଛି 20ତମ ପଶୁ ଗଣନା ରିପୋର୍ଟ। ଏହା ନା ଯେ କେବଳ ପଲିସି ନିର୍ମାତାମାନଙ୍କ ପାଇଁ ଲାଭଦାୟୀ ବରଂ ଏହା କୃଷକ, ବ୍ୟାପାରି, ଉଦ୍ୟମୀ, ଉଦ୍ୟୋଗୀ ତଥା ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଲାଭଦାୟୀ ବୋଲି ପ୍ରମାଣିତ ହୋଇଛି । ଅଧିକ ପଢ଼ନ୍ତୁ...

ପ୍ରକାଶ ପାଇଲା 20ତମ ଜାତୀୟ ପଶୁ ଗଣନା ରିପୋର୍ଟ
author img

By

Published : Oct 22, 2019, 4:43 AM IST

ହାଇଦ୍ରାବାଦ: ଜାତୀୟ ପଶୁ ପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ତଥା ମତ୍ସ ଓ ପଶୁ ସମ୍ପଦ ବିଭାଗ ଦ୍ବାରା ଉନ୍ମୋଚିତ ହୋଇଛି 20ତମ ପଶୁ ଗଣନା ରିପୋର୍ଟ। ଏହା ନା ଯେ କେବଳ ପଲିସି ନିର୍ମାତାମାନଙ୍କ ପାଇଁ ଲାଭଦାୟୀ ବରଂ ଏହା କୃଷକ, ବ୍ୟାପାରି, ଉଦ୍ୟମୀ, ଉଦ୍ୟୋଗୀ ତଥା ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଲାଭଦାୟୀ ବୋଲି ପ୍ରମାଣିତ ହୋଇଛି । ଏହି ରିପୋର୍ଟ ଦ୍ବାରା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ସହ ଗତ ଗଣନା ଓ ଚଳିତ ଗଣନା ମଧ୍ୟରେ ଥିବା ତଫାତ୍‌କୁ ମଧ୍ୟ ଦର୍ଶାଉଛି ।

ଦେଖନ୍ତୁ କ’ଣ ରହିଛି ଏହି ରିପୋର୍ଟ :

  • 2012ରେ ହୋଇଥିବା ଗଣନାଠାରୁ ବର୍ତ୍ତମାନର ଗଣନାରେ ମୋଟ 4.6 ପ୍ରତିଶତ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି । ଯାହାକି 535.78 ମିଲିୟନ ରହିଥିବା ଜଣା ପଡିଛି ।
  • 2019ର ଗଣନା ଅନୁଯାୟୀ ଦେଶରେ ଗାଈ ଓ ମଇଁଷି ଆଦିଙ୍କ ସଂଖ୍ୟା 302.79 ମିଲିୟନ ବୋଲି ସ୍ପଷ୍ଟ ହୋଇଛି । ଯାହାକି ଗତ ଗଣନାଠାରୁ 1 ପ୍ରତିଶତ ବର୍ଦ୍ଧିତ ଅଙ୍କ ।
  • ସେହିପରି ଗତ ଗଣନା ତୁଳନାରେ 0.8 ପ୍ରତିଶତ ବୃଦ୍ଧି ପାଇ ଦେଶରେ 2019 ମସିହାରେ ମୋଟ 192.49ମିଲିୟନ ଗାଈଙ୍କୁ ଚିହ୍ନଟ କରାଯାଇଛି ।
  • 2019 ମସିହାରେ ଦେଶରେ ମୋଟ 145.19 ମିଲିୟନ ମାଈ ଗାଈ ରହିଛନ୍ତି । ଯାହା 2012 ମସିହାର ଗଣନାଠାରୁ 18 ପ୍ରତିଶତ ଅଧିକା ।
  • ରିପୋର୍ଟ ଅନୁଯାୟୀ ଦେଶରେ ଦେଶୀ ଓ ବିଦେଶୀ ଗାଈ ବା କ୍ରସ ବ୍ରିଡର ଗାଈଙ୍କ ସଂଖ୍ୟା ଯଥାକ୍ରମେ 50.42 ମିଲିୟନ ଓ 142.11ମିଲିୟନ ରହିଛି ।
  • ଅନ୍ୟପଟେ ଦେଶୀ ଓ କ୍ରସ ବ୍ରିଡର ମାଈ ଗାଈଙ୍କ ସଂଖ୍ୟା ପୂର୍ବ ଗଣନାଠାରୁ 10 ପ୍ରତିଶତ ବଢିଥିବା ଜଣାପଡିଛି ।
  • ତେଣେ ଦେଶୀ ଓ କ୍ରସ ବ୍ରିଡର ଗାଈଙ୍କ ସମୁଦାୟ ସଂଖ୍ୟାରେ ଗତ ଗଣନା ତୁଳନାରେ 26.9 ପ୍ରତିଶତ ବୃଦ୍ଧି ହୋଇଥିବା ଜଣା ପଡିଛି ।
  • ଏତେ ସମସ୍ତ କ୍ଷେତ୍ରରେ ଗାଈଙ୍କର ପରିମାଣ ବଢିଥିବା ବେଳେ ଏମିତି କିଛି କ୍ଷେତ୍ର ଅଛି ଯେଉଁଥିରେ ପରିମାଣ ହ୍ରାସ ପାଇଛି । ସେ ହେଉଛି ଦେଶୀ ଓ ବିଦେଶୀ ଗାଈଙ୍କ ବଂଶ ବୃଦ୍ଧିର ପରିମାଣ। 2007-2012 ମଧ୍ୟରେ ଏହି ପରିମାଣ ଯେତିକି ହ୍ରାସ ପାଇଥିଲା ତା’ଠାରୁ 6 ପ୍ରତିଶତ କମ୍‌ ହାରରେ 2012-2019 ମଧ୍ୟରେ ଗାଈଙ୍କ ବଂଶ ବୃଦ୍ଧିର ହାର ହ୍ରାସ ପାଇଥିଲା ।
  • ବର୍ତ୍ତମାନ ଦେଶରେ ସମୁଦାୟ 109.85 ମିଲିୟନ ମଇଁଷି ରହିଛନ୍ତି । ଯାହାକି ପୂର୍ବ ଗଣନାଠାରୁ 1 ପ୍ରତିଶତ ଅଧିକ ରହିଥିବା ଜଣା ପଡିଛି ।
  • ସେହିପରି ଦୁଧିଆଳି ଗାଈ ଓ ମଇଁଷିଙ୍କ ସଂଖ୍ୟା ପୂର୍ବ ଗଣନା ତୁଳନାରେ 6 ପ୍ରତିଶତ ବଢି 125.34 ମିଲିୟନରେ ପହଞ୍ଚିଛି ।
  • ରିପୋର୍ଟ ଅନୁଯାୟୀ ପୂର୍ବ ଗଣନା ତୁଳନାରେ 14.1 ପ୍ରତିଶତ ବଢି ଦେଶରେ ବର୍ତ୍ତମାନ 74.26 ମିଲିୟନ ମେଣ୍ଢା ରହିଛନ୍ତି ।
  • ସେହିପରି ପୂର୍ବ ଗଣନା ତୁଳନାରେ 10.1 ପ୍ରତିଶତ ବଢି ବର୍ତ୍ତମାନ ଦେଶରେ ଛେଳି ସଂଖ୍ୟା 148.88 ମିଲିୟନରେ ପହଞ୍ଚିଛି ।
  • ହେଲେ ଘୁଷୁରୀଙ୍କ ସଂଖ୍ୟା ପୂର୍ବ ଗଣନା ତୁଳନାରେ 12.03 ପ୍ରତିଶତ ହ୍ରାସ ପାଇ ଚଳିତ ବର୍ଷ 9.06 ମିଲିୟନରେ ପହଞ୍ଚିଛି ।
  • ଦେଶରେ ସମୁଦାୟ ପଶୁ ସଂଖ୍ୟା ମଧ୍ୟରେ 0.23 ପ୍ରତିଶତ କେବଳ ଗୟଳ, ଚମରୀ ଗାଈ, ଘୋଡା, ଗଧ ଓ ଓଟ ଆଦି ପଶୁ ରହିଛନ୍ତି । ଯାହାକି ସଂଖ୍ୟାରେ ମାତ୍ର 1.24 ମିଲିୟନ ।
  • ସେହିପରି ଦେଶରେ ପୋଲଟ୍ରି ସଂଖ୍ୟା 2019ରେ 851.81 ମିଲିୟନରେ ପହଞ୍ଚିଛି । ଯାହା ପୂର୍ବ ଗଣନା ତୁଳନାରେ 16.8 ପ୍ରତିଶତ ବୃଦ୍ଧି ପାଇଛି ।
  • ଦେଶରେ ବର୍ତ୍ତମାନ ପକ୍ଷୀ ସଂଖ୍ୟାକୁ ଗତ ଗଣନା ତୁଳନା ପରେ 46 ପ୍ରତିଶତ ବୃଦ୍ଧି କରାଯାଇ 317.07 ମିଲିୟନରେ ପହଞ୍ଚାଯାଇଛି ।
  • ଅନ୍ୟପଟେ ଦେଶରେ ମୋଟ ବାଣିଜ୍ୟିକ ପୋଲଟ୍ରିର ସଂଖ୍ୟା 4.5 ପ୍ରତିଶତ ବୃଦ୍ଧି ପାଇ 534.74 ମିଲିୟନରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:loko mela vis byte

Body:loko mela vis byte

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.