ETV Bharat / bharat

24 ଘଣ୍ଟାରେ ମହାରାଷ୍ଟ୍ରରେ 2033 କେସ, 35 ହଜାର ପାର ଆକ୍ରାନ୍ତ

author img

By

Published : May 18, 2020, 11:05 PM IST

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 25 ହଜାର 392 ଆକ୍ଟିଭ କେସ ରହିଛି । ପ୍ରାୟ 5000ରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

24 ଘଣ୍ଟାରେ ମହାରାଷ୍ଟ୍ରରେ 2033 କେସ, 35 ହଜାର ପାର ଆକ୍ରାନ୍ତ
24 ଘଣ୍ଟାରେ ମହାରାଷ୍ଟ୍ରରେ 2033 କେସ, 35 ହଜାର ପାର ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ ଝଡ ଭଳି ମାଡି ଚାଲିଛି କୋରୋନା ଭୂତାଣୁ । ଆଗରୁ ହଜାରେ ଉପରେ ଆକ୍ରାନ୍ତ ଥିବାବେଳେ ସୋମବାର 2000 ଉପରେ କେସ ରହିଛି । 24 ଘଣ୍ଟାରେ ମୋଟ 2033 ନୂଆ ମାମଲା ବାହାରିଛି ।

ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 35 ହଜାର ପାର କରିଛି । ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 35 ହଜାର 58 ରହିଛି । ଏହାସହ ସୋମବାର 51 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମୋଟ 1249 ମୃତ୍ୟୁ ରେକର୍ଡ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 25 ହଜାର 392 ଆକ୍ଟିଭ କେସ ରହିଛି । ପ୍ରାୟ 5000ରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ସେହିପରି ବେଶୀ ପ୍ରଭାବିତ ହୋଇଛି ମାୟା ନଗରୀ ମୁମ୍ବାଇ । 24 ଘଣ୍ଟାରେ ଏଠାରେ 1185ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 23ଟି ମୃତ୍ୟୁ ହୋଇଛି । ଫଳରେ ଏଠାରେ ମୋଟ ଆକ୍ରାନ୍ତ 21 ହଜାର 152 ଛୁଇଁଛି । ସେହିପରି 757 ମୃତ୍ୟୁସଂଖ୍ୟା ରେକର୍ଡ ହୋଇଥିବା ବ୍ରିହାଣମୁମ୍ବାଇ ପୌର ପରିଷଦ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.