ETV Bharat / bharat

ନିର୍ଭୟାଦୋଷୀ ଦେଶ ସେବା କରିବାକୁ ପ୍ରସ୍ତୁତ: ଓକିଲ ଏପି ସିଂ

author img

By

Published : Mar 19, 2020, 9:58 PM IST

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଦେଷୀମାନେ ଦେଶ ସେବା କରିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ସେମାନଙ୍କ ଓକିଲ ଏପି ସିଂ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ କହିଛନ୍ତି । ଅଧିକ ପଢନ୍ତୁ...

2012 Delhi gangrape case convicts are ready to serve the country, says AP Singh
ନିର୍ଭୟା ଦୋଷୀ ମାନେ ଦେଶ ସେବା କରିବାକୁ ପ୍ରସ୍ତୁତ ଅଛନ୍ତି: ଏପି ସିଂ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀମାନେ ଦେଶ ସେବା କରିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ସେମାନଙ୍କ ଓକିଲ ଏପି ସିଂ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ କହିଛନ୍ତି । ସେହିପରି ନିର୍ଭୟାଙ୍କ ଓକିଲ ସୀମା କୁଶୱା ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ହେବା ନେଇ ନିଶ୍ଚିତ ରହିଥିବା ପ୍ରକାଶ କରିଛନ୍ତି ।

ପଟିଆଲା ହାଉସ କୋର୍ଟରେ ଓକିଲ ଏପି ସିଂ କହିଛନ୍ତି, ‘ସେମାନଙ୍କୁ ଇଣ୍ଡୋ-ପାକ୍ ସୀମାକୁ ପଠାଯାଉ, ଡୋକଲାମକୁ ପଠାଯାଉ, କିନ୍ତୁ ଫାଶୀ ଦିଆନଯାଉ । ସେମାନେ ଦେଶ ସେବା କରିବାକୁ ପ୍ରସ୍ତୁତ ଅଛନ୍ତି । ମୁଁ ଏ ବାବଦରେ ଏକ ଆଫିଡେଭିଟ୍ ଦାଖଲ କରିବି |’

ସେହିପରି ନିର୍ଭୟାଙ୍କ ଓକିଲ ସୀମା କୁଶୱା କହିଛନ୍ତି, ‘ମୁଁ ନିଶ୍ଚିତ ଯେ ଆସନ୍ତାକାଲି ସକାଳ 5 ଟା30 ସମୟରେ ସମସ୍ତ ଚାରିଜଣ ଦୋଷୀଙ୍କୁ ଫାଶୀ ଦିଆଯିବ’ ।

ଫାଶୀ ଉପରେ ସ୍ଥଗିତାଦେଶ ରଖିବାକୁ ଦୋଷୀ ମାନେ ଆବେଦନ କରିଥିବାବେଳେ ଗୁରୁବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଦୋଷୀମାନଙ୍କ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଛନ୍ତି । ଶୁକ୍ରବାର ସକାଳେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାପାଇଁ ବ୍ଲାକ ୱାରେଣ୍ଟ ଜାରି ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.