ETV Bharat / bharat

ଜୁନ 1ରୁ ଗଡିବ 200ଟି ଟ୍ରେନ, ରେଳବିଭାଗ ଜାରି କଲା ଗାଇଡଲାଇନ୍

ଭାରତୀୟ ରେଳ ସୋମବାର ବା 1 ଜୁନ ଠାରୁ 200 ଟି ନୂଆ ଟ୍ରେନ୍ ଚଳାଇବାକୁ ଯାଉଛି। ଏହି ଟ୍ରେନ୍ ଗୁଡିକ ବର୍ତ୍ତମାନ ଚାଲୁଥିବା 30ଟି ଶ୍ରମ ସ୍ବତନ୍ତ୍ର ଓ ଏସି ସ୍ବତନ୍ତ୍ର ଟ୍ରେନ୍ ଠାରୁ ଭିନ୍ନ ହେବ ।

author img

By

Published : May 31, 2020, 12:58 PM IST

railways guideline
ଜୁନ 1ରୁ ଗଡିବ 200ଟି ଟ୍ରେନ

ନୂଆଦିଲ୍ଲୀ: ଭାରତୀୟ ରେଳ ସୋମବାର ବା 1 ଜୁନ ଠାରୁ 200 ଟି ନୂଆ ଟ୍ରେନ୍ ଚଳାଇବାକୁ ଯାଉଛି। ଏହି ଟ୍ରେନ୍ ଗୁଡିକ ବର୍ତ୍ତମାନ ଚାଲୁଥିବା 30ଟି ଶ୍ରମ ସ୍ବତନ୍ତ୍ର ଓ ଏସି ସ୍ବତନ୍ତ୍ର ଟ୍ରେନ୍ ଠାରୁ ଭିନ୍ନ ହେବ । ପ୍ରକାଶଥାଉକି, ଏହି ଟ୍ରେନଗୁଡିକ ପାଇଁ ମେ 21 ରୁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ଯାତ୍ରୀମାନେ ବର୍ତ୍ତମାନ ଏହି ଟ୍ରେନଗୁଡିକ ପାଇଁ 120 ଦିନ ଅର୍ଥାତ୍ 4 ମାସ ପୂର୍ବରୁ ସଂରକ୍ଷଣ ପାଇପାରିବେ ।

ତେବେ ଜୁନ 1 ରୁ ଚାଲୁଥିବା ଏହି ଟ୍ରେନ୍ ଗୁଡିକରେ ଯାତ୍ରା ବିଷୟରେ ରେଳବିଭାଗ ଯାତ୍ରୀମାନଙ୍କ ପାଇଁ କିଛି ନିର୍ଦ୍ଦେଶାବଳୀ ଓ ନିୟମାବଳୀ ସ୍ଥିର କରିଛି, ଯାହା ପାଳନ କରିବା ବାଧ୍ୟତାମୂଳକ ଅଟେ । ରେଳବିଭାଗ ଦ୍ବାରା ଜାରି କରାଯାଇଥିବା ନିୟମ ଓ ନିର୍ଦ୍ଦେଶାବଳୀଗୁଡିକ ପୂର୍ବରୁ ଚାଲୁଥିବା 30 ଟି ଏସି ସ୍ବତନ୍ତ୍ର ଟ୍ରେନର ମଧ୍ୟ ପ୍ରଯୁଜ୍ୟ ହେବ ।

  • ରେଳବିଭାଗ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଏହି 200 ଟ୍ରେନ୍ ପାଇଁ ଅଫିସିଆଲ୍ ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ବ୍ୟତୀତ ରେଳ ଷ୍ଟେସନ୍ କାଉଣ୍ଟର, ଡାକଘର, ଯାତ୍ରୀ ଟିକେଟ୍ ସୁବିଧା କେନ୍ଦ୍ର, ସରକାରୀ ଏଜେଣ୍ଟ, ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଏବଂ ସାଧାରଣ ସେବା କେନ୍ଦ୍ରରୁ ଟିକେଟ୍ ବୁକ୍ କରାଯାଇପାରିବ।
  • ରେଳବିଭାଗ ସମସ୍ତ ସ୍ବତନ୍ତ୍ର ଟ୍ରେନ୍ ପାଇଁ ଅଗ୍ରୀମ ସଂରକ୍ଷଣ (ARP) ଅବଧି 30 ଦିନରୁ 120 ଦିନକୁ ବୃଦ୍ଧି କରିଛି । ଏଥିମଧ୍ୟରେ 12 ମେ ରୁ ରାଜଧାନୀ ଟ୍ରେନ୍ ମାର୍ଗରେ ଚାଲୁଥିବା 15 ଯୋଡା ଟ୍ରେନ୍ ଓ ଜୁନ୍ 1 ରୁ ଚାଲୁଥିବା 100 ଟି ଟ୍ରେନ୍ ଅନ୍ତର୍ଭୁକ୍ତ । ଅର୍ଥାତ୍ ଯାତ୍ରୀମାନେ ଯାତ୍ରା ଦିନର 120 ଦିନ ପୂର୍ବରୁ ମଧ୍ୟ ଏହି ଟ୍ରେନ ଗୁଡିକ ପାଇଁ ଟିକେଟ୍ ବୁକ୍ କରିପାରିବେ । ଏହା ସହିତ ଯାତ୍ରୀମାନେ 1 ଜୁନରୁ ଯାତ୍ରା ପାଇଁ ତତକାଲ୍ ଟିକେଟ୍ ବୁକିଂ ସୁବିଧା ପାଇପାରିବେ । ଅର୍ଥାତ୍ ଯାତ୍ରୀମାନେ ଜୁନ 1 ର ଯାତ୍ରା ପାଇଁ ମେ 31 ରେ ତତକାଲ୍ ଟିକେଟ୍ ପାଇପାରିବେ ।
  • ଯାତ୍ରା ସମୟରେ କୌଣସି ଯାତ୍ରୀଙ୍କୁ କୌଣସି ସଂରକ୍ଷିତ (UTS) ଟିକେଟ୍ ଦିଆଯିବ ନାହିଁ କିମ୍ବା ଅନ୍ୟ କୌଣସି ଟିକେଟ୍ ଦିଆଯିବ ନାହିଁ । ଅର୍ଥାତ୍ ଯାତ୍ରା ସମୟରେ ଟିକେଟ୍ ଯାଞ୍ଚ ଅଧିକାରୀଙ୍କ ପାଖରେ ଟିକେଟ୍ ଦେବାର ଅଧିକାର ରହିବ ନାହିଁ।
  • ନିୟମ ଅନୁଯାୟୀ RAC ଓ ୱେଟିଂ ଟିକେଟ୍ ଦିଆଯିବ, ଯଦିଓ ୱେଟିଂ ଟିକେଟ୍ ଥିବା ବ୍ୟକ୍ତିଙ୍କୁ ଟ୍ରେନରେ ଯିବାକୁ ଅନୁମତି ଦିଆଯିବ ନାହିଁ । ପ୍ରଚଳିତ ନିୟମ ଅନୁଯାୟୀ, ଏସି 1 ରେ 20, ଏସି 2 ରେ 50, ଏସି 3 ରେ 100 ଓ ସ୍ଲିପର କୋଚରେ 20 ଟି ଅପେକ୍ଷା ଟିକେଟ ବୁକ୍ କରାଯାଇପାରିବ।
  • ପ୍ରଥମ ଚାର୍ଟ ଟ୍ରେନର ଚାଲିବା ସମୟର ଅତି କମରେ 4 ଘଣ୍ଟା ପୂର୍ବରୁ ଓ ଦ୍ବିତୀୟ ଚାର୍ଟ ନିର୍ଦ୍ଧାରିତ ପ୍ରସ୍ଥାନ ସମୟର ଅତି କମରେ 2 ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ବିତୀୟ ଚାର୍ଟ 30 ମିନିଟ୍ ପୂର୍ବରୁ ପ୍ରସ୍ତୁତ ହୋଇଥିଲା । ପ୍ରଥମ ଓ ଦ୍ବିତୀୟ ଚାର୍ଟ ପ୍ରସ୍ତୁତି ମଧ୍ୟରେ କେବଳ ଅନଲାଇନ୍ ଟିକେଟ୍ ବୁକିଂ ଅନୁମତି ଦିଆଯିବ ।
  • ସମସ୍ତ ଯାତ୍ରୀ ପ୍ରବେଶ ସମୟରେ ଓ ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟ ହେବେ । ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ବାରା ପ୍ରସ୍ତୁତ ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁସରଣ କରିବାକୁ ପଡିବ ।
  • ଷ୍ଟେସନରେ ଥର୍ମାଲ୍ ସ୍କ୍ରିନିଂକୁ ସୁଗମ କରିବା ପାଇଁ ଯାତ୍ରୀମାନଙ୍କୁ ଅତି କମରେ 90 ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ପଡିବ ।
  • 8.ଅସୁସ୍ଥ ଲୋକଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଉଭୟ ଯାତ୍ରୀ ଷ୍ଟେସନ ଓ ଟ୍ରେନରେ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ
  • କେବଳ କନଫର୍ମ ଟିକେଟକୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ।
  • ଟ୍ରେନ୍ ଭିତରେ କୌଣସି କମ୍ବଳ କିମ୍ବା ସିଟ୍ କଭର୍ ଯୋଗାଇ ଦିଆଯିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.