ETV Bharat / state

ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଆର ମହାସୁଆର ସେବାୟତ ନିଯୋଗ ।

author img

By ETV Bharat Odisha Team

Published : 2 hours ago

letter to  PM Modi
letter to PM Modi (ETV Bharat Odisha)

ପୁରୀ: ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି । ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ସୁଆର ମହାସୁଆର ନିଯୋଗର ସଦସ୍ୟ । ଶୁଦ୍ଧ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତ ପାଇଁ ଚିଠି ଲେଖିଲେ ସେବାୟତ । ଶୁଦ୍ଧ ଦେଶୀ ଗାଈ ଘିଅ ଉତ୍ପାଦନ ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଅମୃତମଣୋହୀ ଜମିରେ ଏକ ଗାଇ ଫାର୍ମ ନିର୍ମାଣ କରାଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସେବାୟତ ।

ମହାପ୍ରଭୁଙ୍କ ଗଚ୍ଛିତ ଅର୍ଥରେ ଗୋଶାଳା ଓ ଡାଏରୀ ଫାର୍ମ କରାଯିବାକୁ ଚିଠି-

ମହାପ୍ରଭୁଙ୍କ ନାମରେ ଗଚ୍ଛିତ ରହିଥିବା ଅର୍ଥରେ ଗୋଶାଳା ବା ଡାଏରୀ ଫାର୍ମ ପରିଚାଳନା କରିବାକୁ ଚିଠିରେ ଉଲ୍ଲେଖ ରହିଛି । ବରିଷ୍ଠ ସେବାୟତ ମଧୁସୂଦନ ସୁଆର, ରାମଚନ୍ଦ୍ର ମହାପାତ୍ର, ହରେକୃଷ୍ଣ ସୁଆର, ମାଧବ ଚନ୍ଦ୍ର ମହପାତ୍ର, ରଘୁନାଥ ମହାପାତ୍ର, ରାମକୃଷ୍ଣ ମହାପାତ୍ର ଏହି ଚିଠି ଲେଖିଛନ୍ତି । ଓମ୍‌ଫେଡ୍ ପରିବର୍ତ୍ତେ ଶୁଦ୍ଧ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତ ହେଉ ବୋଲି ଚିଠି ଲେଖିଲେ ।

letter to PM (ETV Bharat Odisha)

ଗୁଆ ଘିଅରେ ମହାପ୍ରସାଦ ପାଇଁ ମୋଦିଙ୍କୁ ଚିଠି

  • ଓମ୍‌ଫେଡ୍ ପରିବର୍ତ୍ତେ ଶୁଦ୍ଧ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତ ହେଉ
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅମୃତମଣୋହୀ ଜମିରେ ଗାଈ ଫାର୍ମ କରାଯାଉ
  • ମହାପ୍ରଭୁଙ୍କ ଗଚ୍ଛିତ ଅର୍ଥରେ ଗୋଶାଳା ଓ ଡାଏରୀ ଫାର୍ମ କରାଯିବାକୁ ଚିଠି

ଏହା ବି ପଢନ୍ତୁ- ପୁରୀ ଶ୍ରୀମନ୍ଦିରରେ ଦୀପ ହେଉ କି ପ୍ରସାଦ ଓମଫେଡ ଘିଅ ବ୍ୟବହାର, ଆଇନ ମନ୍ତ୍ରୀ କହିଲେ ଆଶ୍ଵସ୍ଥ ହେବେ ଭକ୍ତ

ଏହା ବି ପଢନ୍ତୁ- ଶେଷ ଇଚ୍ଛା ଥିଲା ଜଗା ଦର୍ଶନ, ଷ୍ଟ୍ରେଚରରେ ଶୋଇ ସିଂହଦ୍ବାର ଆସିଲେ ବୃଦ୍ଧ

ଏହା ବି ପଢନ୍ତୁ- କାର୍ତ୍ତିକ ମାସ ପାଇଁ ବଡ ପଦକ୍ଷେପ, 18ରୁ ଦୁଇ ଦ୍ୱାରରେ ଶ୍ରୀମନ୍ଦିର ପ୍ରବେଶ, ସିଂହଦ୍ୱାର ଦେଇ ପ୍ରସ୍ଥାନ ମନା

letter to PM Modi
letter to PM Modi (ETV Bharat Odisha)

ଶ୍ରୀମନ୍ଦିର ମଧ୍ୟରେ କେବଳ ଓମଫେଡ୍ ଘିଅ ବ୍ୟବହାର-

ଏନେଇ ସହଯୋଗ ପ୍ରଦାନ କରିବାକୁ ଓମେଫେଡକୁ ଅନୁରୋଧ କରିଥିଲେ ମୁଖ୍ୟ ପ୍ରଶାସକ । ଏଥିପାଇଁ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ଅନ୍ୟ ଘିଅ ବ୍ୟବହାର କରାଗଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏଭଳି ସତର୍କ କରାଇଛନ୍ତି ଶ୍ରମନ୍ଦିର ପ୍ରଶାସକ ।

ଚିଠି ଲେଖିଲେ ଶ୍ରୀମନ୍ଦିର ପ୍ରଶାସକ:

ଶ୍ରୀମନ୍ଦିର ମଧ୍ୟରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଥିବା ବେଳେ ଏନେଇ ସହଯୋଗ ପ୍ରଦାନ କରିବାକୁ ଓମେଫେଡକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ି । ଶ୍ରୀଜଗନ୍ନାଥ ମନ୍ଦିର ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଡିପୋ ଖୋଲାଯିବା ସକାଶେ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି ।

letter to PM Modi
letter to PM Modi (ETV Bharat Odisha)

ଶ୍ରୀମନ୍ଦିରରେ ଦୀପ ହେଉ କି ପ୍ରସାଦ ହେଉ କି କେଉଁଥିରେ ବି ଓମଫେଡ଼ ଛଡା ଆଉ କିଛି ବ୍ୟବହାର ହେବନି, ଯାହା ଭକ୍ତଙ୍କୁ ଆଶ୍ଵସ୍ଥ କରିବ ଆଇନ୍ ମନ୍ତ୍ରୀ

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ । ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ । ଏନେଇ ଆଇନ୍ ମନ୍ତ୍ରୀ ବଡ ବୟାନ ଦେଇଥିଲେ । ସେ କହିଥିଲେ, "ଆମେ ଆଗରୁ କହିଛୁ ମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ନିଷ୍ପତ୍ତି ହୋଇଛି । ସରକାର ବି ସ୍ପଷ୍ଟତା ସହିତ କହିଛନ୍ତି କୌଣସି ମନ୍ଦିର ପ୍ରସାଦ କିମ୍ବା ଦୀପରେ ଆଶୁଦ୍ଧତାର ପ୍ରଶ୍ନବାଚୀ ରହିବନି । ମହାପ୍ରଭୁଙ୍କ ପାଖରେ ବ୍ୟବହାର ହେଉଥିବା କୌଣସି ଜିନିଷରେ କିଛି ଅସୁବିଧା ନହେଉ ସେଦୃଷ୍ଟିରୁ ନିଷ୍ପତ୍ତି ହେଉଛି ଦୀପ ହେଉ କି ପ୍ରସାଦ ହେଉ କି କେଉଁଥିରେ ବି ଓମଫେଡ଼ ଛଡା ଆଉ କିଛି ବ୍ୟବହାର ହେବ ନି। ଯାହା ଭକ୍ତଙ୍କୁ ଆଶ୍ଵସ୍ଥ କରିବ। କୌଣସି ଅଶୁଦ୍ଧତାର ପ୍ରଶ୍ନ ଆସିବ ନାହିଁ। ଆଗକୁ ଅନ୍ୟ ମନ୍ଦିର ପାଇଁ ବି ନିଷ୍ପତ୍ତି ନିଆଯିବ। ଧୀରେ ଧୀରେ ସେ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.