ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧକୁ 20 ବର୍ଷ ପୁରା ହେବାକୁ ଯାଉଛି । ପାକିସ୍ତାନ ବିରୋଧରେ ଭାରତର ମହତ୍ବପୂର୍ଣ୍ଣ ବିଜୟକୁ ମନେପକାଇବାକୁ ଯାଇ ପ୍ରତିବର୍ଷ ବିଜୟ ଦିବସ ପାଳନ କରାଯାଇ ଆସୁଥିବା ବେଳେ ଏଥର ମଧ୍ୟ ଅପରେସନ ବିଜୟକୁ ପାଳନ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।
ଜୁଲାଇ 26ରେ ଦେଶ ବିଜୟ ଦିବସ ପାଳନ କରିବାକୁ ଯାଉଛି । ଏଥିପାଇଁ ଭାରତୀୟ ସେନା ଏହି ଦିନକୁ ତିନୋଟି ପର୍ଯ୍ୟାୟରେ ଖୁବ ଧୁମଧାମରେ ପାଳନ କରିବ । ପ୍ରଥମ ପର୍ଯ୍ୟାୟରେ ଶହୀଦଙ୍କୁ ସ୍ମରଣ କରିବା ସହିତ ସେମାନଙ୍କ ବିଷୟରେ ଯୁବକଙ୍କୁ ଅବଗତ କରାଯାଉଛି । ସ୍କୁଲ କଲେଜରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହେବ ।
ଦ୍ବିତୀୟ ପର୍ଯ୍ୟାୟ 21 ଜୁଲାଇରୁ 26 ଜୁଲାଇ ଯାଏ ଚାଲିବ । ଏଥିସହ ଜୁଲାଇ 22 ଓ 23 ତାରିଖରେ ଲେହ ଏବଂ ଜୁଲାଇ 25 ଓ 26 ତାରିଖ ଦ୍ରାସରେ ବଡ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।