ହାଇଦ୍ରାବାଦ: ମାଇଣ୍ଡ ସ୍ପୋର୍ଟ୍ସ ଅଲମ୍ପାୟାର୍ଡ(ଏମଏସଓ)ର ମେଣ୍ଟାଲ କାଲକୁଲେସନ ୱାର୍ଲଡ ଚାମ୍ପିଅନସିପ୍ରେ ଗୋଲ୍ଡ ମେଡାଲ ଜିତି ବିଶ୍ବର ଦ୍ରୁତତମ ମାନବ କାଲକୁଲେଟର ଭାବେ ଗୌରବ ଆଣିଛନ୍ତି ହାଇଦ୍ରାବାଦର ଯୁବକ । 20 ବର୍ଷୀୟ ନିଲକାନ୍ତ ଭାନୁ ପ୍ରକାଶ ଏହି ଖ୍ୟାତି ଅର୍ଜନ କରିଛନ୍ତି ।
ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଗଣିତ ସମ୍ମାନ ନେଇ ସେ ଏବେ ପାଠ ପଢୁଛନ୍ତି । ନିଜର ଦ୍ରୁତତମ ଗଣିତ କାଲକୁଲେସନ ପାଇଁ ସେ ବିଶ୍ବ ରେକର୍ଡ ସହିତ 50 ଲିମକା ରେକର୍ଡ କରିଛନ୍ତି । ତେବେ ସେ କାଲକୁଲେଟର ଠାରୁ ମଧ୍ୟ ଶୀଘ୍ର ହିସାବ କରିପାରନ୍ତି ବୋଲି ଜଣାପଡିଛି । ଯାହାକି ପୂର୍ବରୁ ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀଙ୍କ ନାମରେ ଥିଲା ।
ସୂଚନାଅନୁସାରେ, ଅଗଷ୍ଟ 15 ତାରିଖରେ ଭର୍ଚୁଆଲ ଭାବେ ଏମଏସଓ ଆୟୋଜିତ ହୋଇଥିଲା । ଯେଉଁଥିରେ 13 ରାଷ୍ଟ୍ରର 30 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଭାନୁ ପ୍ରକାଶ 65 ପଏଣ୍ଟ ପାଇ ପ୍ରଥମ ସ୍ଥାନ ଅଧିକାର କରିବା ସହ ସୂର୍ଣ୍ଣ ପଦକ ହାତେଇଛନ୍ତି ।