ETV Bharat / bharat

ତେଲେଙ୍ଗାନା ବଏ ତୁକାରାମ ଚଢିଲେ ମାଉଣ୍ଟ ଏଭରେଷ୍ଟ

author img

By

Published : May 26, 2019, 11:01 AM IST

Updated : May 26, 2019, 12:18 PM IST

ମାଉଣ୍ଟ ଏଭରେଷ୍ଟରେ ତେଲେଙ୍ଗାନା ବଏ ଅମାଘୋ ତୁକାରାମ । 20ବର୍ଷ ବୟସରେ ସେ ବିଶ୍ବର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ମାଉଣ୍ଟ ଏଭରେଷ୍ଟରେ ତେଲେଙ୍ଗାନା ବଏ ଅମାଘୋ ତୁକାରାମ । 20ବର୍ଷ ବୟସରେ ସେ ବିଶ୍ବର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଛନ୍ତି । ତେବେ ଏହା ପୂର୍ବରୁ ସେ ମାଉଣ୍ଟ କିଲମାନଜାରୋ ଚଢି ସାରିଛନ୍ତି ।

ତୁକାରାମଙ୍କ ଘର ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାର ଇବ୍ରାହିମପାଟନମ ଗ୍ରାମରେ । 17 ବର୍ଷ ବୟସରେ ସେ ପାହାଡ ଚଢିବାର ସୌକ ରଖିଥିଲେ । ଘରର ଆର୍ଥିକ ସ୍ଥିତି ଏତେଟା ଠିକ୍‌ ନଥିବାରୁ ତାଙ୍କ ବାପା ତାଙ୍କୁ କିଛି ସାହାଯ୍ୟ କରିପାରୁନଥିଲେ । ମାତ୍ର ତୁକାରମଙ୍କର ଅଦମ୍ୟ ଚେଷ୍ଟା ଓ ସାହସ ବଳରେ ସେ ଆଜି ଏହି ଉଚ୍ଚତାକୁ ଅତିକ୍ରମ କରିଛନ୍ତି । ତେବେ କିଛି ସରକାରୀ ସହାୟତା ଓ ନିଜର ଅର୍ଥ ବଳରେ ସେ ଏହି ସଫଳତା ପାଇ ପାରିଛନ୍ତି ବୋଲି କହିଛନ୍ତି । ଗତ ମେ 22 ତାରିଖ ସକାଳ 9.15ରେ ସେ ଏହି ଲମ୍ବା ଯାତ୍ରା କରି ଏଭେରେଷ୍ଟର ଶିଖରରେ ପହଁଚିଥିଲେ ।

ତେବେ ସେ ଏହି ସଫଳତା ପାଇଁ ପିତା ମାତା ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ବିଶ୍ବର 7ଟି ଉଚ୍ଚତମ ଶୃଙ୍ଗ ଚଢିବାରେ ମୋର ଲକ୍ଷ୍ୟ ରହିଛି । ଏହା କରି ମୁଁ ମୋ ଦେଶକୁ ଗର୍ବିତ କରିବାକୁ ଚାହୁଁଛି ।

ସେ ନିଜ ଯାତ୍ରା ବିଷୟରେ କହିଛନ୍ତି, ମୁଁ ଏହି ଯାତ୍ରା ଏପ୍ରିଲ 6ତାରିଖରୁ ଆରମ୍ଭ କରିଥିଲି । ମୋ ସାମ୍ନାରେ ମୋ ଟିମର ଦୁଇ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଗଲା । ଖରାପ ପାଗ ପାଇଁ ସେମାନଙ୍କର ମୃତ୍ୟୁ ହୋଇଗଲା । ମାତ୍ର ଏହା ମୋତେ ମୋ ଲକ୍ଷ୍ୟ ସ୍ଥଳରେ ପହଁଚିବାକୁ ରୋକି ପାରିଲା ନାହିଁ । ମୁଁ ଖୁବ ଖୁସି ଯେ ମୁଁ ବିନା କୌଣସି କ୍ଷତିରେ ବିଶ୍ବର ଉଚ୍ଚତମ ଶୃଙ୍ଗରେ ପହଁଚି ପାରିଛି ।

Intro:Body:

dfg

Conclusion:
Last Updated : May 26, 2019, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.