ETV Bharat / bharat

ରାହୁଲଙ୍କ ଅଫର, ଜିତିଲେ ମିଳିବ 72 ହଜାର ଟଙ୍କା ! - ନ୍ୟାୟ ଯୋଜନା

2019ରେ କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ପ୍ରତି ଗରିବ ପରିବାରକୁ ମିଳିବ ବାର୍ଷିକ 72 ହଜାର ଟଙ୍କା । 'ନ୍ୟୁନତମ ଆୟ ଯୋଜନା' ଜରିଆରେ ଦେଶର 20 ପ୍ରତିଶତ ଗରିବଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଟଙ୍କା ପଠାଯିବ ।

ଫାଇଲ ଫଟୋ
author img

By

Published : Mar 25, 2019, 5:01 PM IST

Updated : Mar 25, 2019, 5:30 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଅଫର ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। 2019ରେ କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ପ୍ରତି ଗରିବ ପରିବାରକୁ ମିଳିବ ବାର୍ଷିକ 72 ହଜାର ଟଙ୍କା । 'ନ୍ୟୁନତମ ଆୟ ଯୋଜନା' ଜରିଆରେ ଦେଶର 20 ପ୍ରତିଶତ ଗରିବଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଟଙ୍କା ପଠାଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କଂଗ୍ରେସ ଏହି ଯୋଜନାର ନାମ 'ନ୍ୟାୟ ଯୋଜନା ' ରଖିଛି ।

ଏହି ଯୋଜନା ଦ୍ୱାରା ପ୍ରାୟ 25 କୋଟି ଦେଶବାସୀ ସିଧାସଳଖ ଫାଇଦା ପାଇବେ । ଏହି ଟଙ୍କା ନ୍ୟୁନତମ ଆମଦାନୀ ଗ୍ୟାରେଣ୍ଟି ହିସାବରେ ଦିଆଯିବ ବୋଲି ରାହୁଲ କହିଛନ୍ତି । ସେ କହିଛନ୍ତି, ଗତ 5 ବର୍ଷରେ ମୋଦିସରକାର ଗରିବଙ୍କୁ ଅଣଦେଖା କରିଛନ୍ତି । ନିଜ ଶାସନକାଳରେ ସେ ଗରିବଙ୍କୁ କେବଳ ଠକିଛନ୍ତି । ଆମେ ଦେଶରୁ ଦାରିଦ୍ର୍ୟହଟାଇବୁ । କଂଗ୍ରେସ ଦେଶର ଗରିବଙ୍କୁ ନ୍ୟାୟ ଦେବ । ଯଦି ମୋଦିସରକାର ଧନୀଙ୍କୁ ଟଙ୍କା ଦେଇ ପାରିବେ ତ ଆମେ ବି ଗରିବଙ୍କୁ ଟଙ୍କା ଦେଇପାରିବୁ ।

ତେବେ ରାହୁଲ ଏହି ଯୋଜନା ମାଧ୍ୟମରେ ଦେଶବାସୀଙ୍କ ହୃଦୟ ଜିଣି ପାରୁଛନ୍ତି କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।

Intro:Body:Conclusion:
Last Updated : Mar 25, 2019, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.