ETV Bharat / bharat

ବଜ୍ରପାତରେ ମୃତକଙ୍କ ପରିବାରକୁ 4 ଲକ୍ଷ ସହାୟତା ଘୋଷଣା କଲେ ବିହାର ସରକାର - 20 people killed in lightning

ବିହାର ବଜ୍ରପାତରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ 4 ଲକ୍ଷର ସହାୟତା ରାଶି ଘୋଷଣା। ବଜ୍ରପାତରୁ ରକ୍ଷା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲୋକଙ୍କୁ ନିବେଦନ କରିଛନ୍ତି।

ବିହାରରେ ବ୍ରଜପାତ ମୃତ୍ୟୁ, 4 ଲକ୍ଷ ସହାୟତା ଘୋଷଣା କଲେ ନୀତିଶ କୁମାର

author img

By

Published : Jul 5, 2020, 9:00 AM IST

ପାଟନା: ବିହାରର ବିଭିନ୍ନ ସ୍ଥାନରେ ଶନିବାର ଘଡଘଡି ସହ ପ୍ରବଳ ବର୍ଷା ହୋଇଛି । ବଜ୍ରପାତ ଯୋଗୁଁ ରାଜ୍ୟର 8ଟି ଜିଲ୍ଲାରୁ 21 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବିହାର ବପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ତେବେ ମୃତକଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମବେଦନା ଜଣାଇଛନ୍ତି। ଏହାସହ ପରିବାରକୁ ସରକାର 4 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏନେଇ ବିହାର ସରକାରୀ ସୂତ୍ରରୁ ସୂଚନା ମିଳିଛି।

ମୃତକମାନେ ବିହାରର ଲଖିସାରାଇ, ଗୟା, ବାଙ୍କା, ଜାମୁଇ, ସମସ୍ତିପୁର, ବୈଶାଳୀ, ନାଳନ୍ଦା ଏବଂ ଭୋଜପୁର ଜିଲ୍ଲାର ବୋଲି ଜଣାପଡିଛି । ତେବେ ବଜ୍ରପାତରୁ ରକ୍ଷା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲୋକଙ୍କୁ ନିବେଦନ କରିଛନ୍ତି।

ଲୋକମାନେ ଘରେ ରୁହନ୍ତୁ ଏବଂ ନିରାପଦରେ ରୁହନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଘଡଘଡି ଏବଂ ବଜ୍ରପାତରେ ପ୍ରାୟ 100ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.