ETV Bharat / bharat

ପ୍ଲାଜମା ଦାନ ପାଇଁ ମାଙ୍ଗାଲୋରରୁ ବେଙ୍ଗାଲୁରୁ ଯାତ୍ରା କଲେ 2 ଯୁବକ - donate plasma

କୋରୋନା ରୋଗୀଙ୍କ ସାହାଯ୍ୟ ପାଇଁ ମାଙ୍ଗାଲୋରରୁ ବେଙ୍ଗାଲୁରୁ ଯାତ୍ରା କରି ଉଦାହରଣ ପାଲଟିଛନ୍ତି 2 ଜଣ ଯୁବକ । କୋରୋନା ରୋଗୀଙ୍କୁ ପ୍ଲାଜମା ଯୋଗାଇବା ପାଇଁ ଉଭୟ ବେଙ୍ଗାଲୁରୁ ଯାତ୍ରା କରିଥିବା ଜଣାପଡିଛି ।

ପ୍ଲାଜମା ଦାନ ପାଇଁ ମାଙ୍ଗାଲୋରରୁ ବେଙ୍ଗାଲୁରୁ ଯାତ୍ରା କଲେ 2 ଯୁବକ

author img

By

Published : Aug 12, 2020, 5:49 PM IST

କର୍ଣ୍ଣାଟକ: ମହାମାରୀ କୋରୋନା ଏବେ ନିଜ ଲୋକଙ୍କୁ ମଧ୍ୟ ପର କରିଦେଇଛି । କୋରୋନା ଭୟରେ ଲୋକେ ନିଜ ବାପା-ମାଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ସଙ୍କୋଚ ପ୍ରକାଶ କରୁଛନ୍ତି । ଏପରି ସମୟରେ କୋରୋନା ରୋଗୀଙ୍କ ସାହାଯ୍ୟ ପାଇଁ ମାଙ୍ଗାଲୋରରୁ ବେଙ୍ଗାଲୁରୁ ଯାତ୍ରା କରି ଉଦାହରଣ ପାଲଟିଛନ୍ତି 2 ଜଣ ଯୁବକ । କୋରୋନା ରୋଗୀଙ୍କୁ ପ୍ଲାଜମା ଯୋଗାଇବା ପାଇଁ ଉଭୟ ଯୁବକ ମାଙ୍ଗାଲୋରରୁ ବେଙ୍ଗାଲୁରୁ ଯାତ୍ରା କରିଥିବା ଜଣାପଡିଛି ।

ପ୍ଲାଜମା ଦାନ ପାଇଁ ମାଙ୍ଗାଲୋରରୁ ବେଙ୍ଗାଲୁରୁ ଯାତ୍ରା କଲେ 2 ଯୁବକ

କୋରୋନା ଯୋଗୁଁ କର୍ଣ୍ଣାଟକରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ପ୍ରତିଦିନ କୋରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି। କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗ ଚେଷ୍ଟା କରୁଛନ୍ତି । କେତେକ ରୋଗୀଙ୍କୁ ପ୍ଲାଜମା ଥେରାପି ଦ୍ବାରା ଚିକିତ୍ସା କରାଯାଉଛି । ତେବେ ବେଙ୍ଗାଲୁରୁ ଭତକାଲର ଜଣେ 85 ବର୍ଷିୟା ବୃଦ୍ଧାଙ୍କୁ ପ୍ଲାଜମାର ଆବଶ୍ୟକ ଥିଲା । ବୃଦ୍ଧା ଜଣକ କୋରୋନାରେ ସଂକ୍ରମିତ ହେବାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ପ୍ଲାଜମା ଥେରାପି ପାଇଁ ପରାମର୍ଶ ଦେଇଥିଲେ । ହେଲେ ସେଠାରେ କୌଣସି ପ୍ଲାଜମା ସଂଗ୍ରହ କେନ୍ଦ୍ର ନଥିବାରୁ ହାଇଦର ଅଲି ଏବଂ ଜିଶାନ୍ ଅଲି ବୃଦ୍ଧାଙ୍କୁ ପ୍ଲାଜମା ଡୋନେଟ କରିବା ପାଇଁ ବେଙ୍ଗାଲୁରୁ ଆସିଥିଲେ ।

ତେବେ ପ୍ଲାଜମା ଦାନ କରିବା ପରେ ସେମାନେ ମାଙ୍ଗାଲୋର ଫେରି ଆସିଥିଲେ। ସାଉଦି ଆରବରେ ବ୍ୟବସାୟ ଚଳାଉଥିବା ହାଇଦର ଅଲିଙ୍କୁ କିଛି ମାସ ପୂର୍ବରୁ କୋରୋନା ସଂକ୍ରମଣ ହୋଇଥିଲା। ଏହାପରେ ସେ ସୁସ୍ଥ ହୋଇଯାଇଥିଲେ । ସେହିପରି ଆଇନଜୀବୀ ଜିଶାନ୍ ଅଲି ମଧ୍ୟ ନିକଟରେ କୋରୋନାରୁ ସୁସ୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.