ETV Bharat / bharat

କୁପୱାରା ଏନକାଉଣ୍ଟରରେ ୨ ଆତଙ୍କୀ ସଫା , AK 47 ଜବତ

author img

By

Published : Jul 11, 2020, 9:58 AM IST

ଆତଙ୍କୀଙ୍କ ବଦମାସୀକୁ ମୁହଁତୋଡ ଜବାବ। ଜାମ୍ମୁକାଶ୍ନୀର କୁପୱାରରେ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କୀ ସଫା। ସେମାନଙ୍କ ପାଖରୁ 2ଟି AK 47 ଜବତ କରାଯାଇଛି।

କୁପୱାରା ଏନକାଉଣ୍ଟରରେ ୨ ଆତଙ୍କୀ ସଫା , AK 47 ଜବତ
କୁପୱାରା ଏନକାଉଣ୍ଟରରେ ୨ ଆତଙ୍କୀ ସଫା , AK 47 ଜବତ

ଶ୍ରୀନଗର: ଆତଙ୍କୀଙ୍କ ବଦମାସୀକୁ ମୁହଁତୋଡ ଜବାବ। ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୨ ଆତଙ୍କୀ ସଫା। ଶନିବାର ସକାଳୁ କିଛି ଆତଙ୍କୀ ଜାମ୍ମୁ କାଶ୍ମୀର କୁପୱାରା ଜିଲ୍ଲାରେ ଲୁଚି ରହିଥିବା ସେନାକୁ ବିଶ୍ବସ୍ତ ସୁତ୍ରରୁ ସୂଚନା ମିଳିଥିଲା। ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ।

ସେନା ମୁଖପାତ୍ର ସ୍ପଷ୍ଟୀକରଣ ଜାରି କରି କହିଛି ଯେ, ''କୁପୱାରା ଜିଲ୍ଲାର ଉତ୍ତର କାଶ୍ମୀରର ନୌଗାମ ସେକ୍ଟରରେ ବର୍ତ୍ତମାନ ଏନକାଉଣ୍ଟର ଚାଲିଛି। ଏହାସହ ଯବାନଙ୍କ ଗୁଳିମାଡରେ 2 ଆତଙ୍କୀ ନିହତ ହୋଇଛନ୍ତି। ''

ସୂଚନା ଥାଉକି, ସୀମା ନିକଟବର୍ତ୍ତୀ ଜାମ୍ମକାଶ୍ମୀର ବାଲମୁଲ୍ଲାର ନୌଗାମ ସେକ୍ଟରରେ କିଛି ଆତଙ୍କୀ ଲୁଚି ରହିଥିବା ସେନା ଖବର ପାଇଥିଲା । ଏହାପରେ ଯବାନ ମାନେ ନିଜର ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଘଟଣାସ୍ଥଳରୁ 2ଟି ଏକେ 47 , ଯୁଦ୍ଧାସ୍ତ୍ର ଓ ଆପତ୍ତିଜନକ ବସ୍ତୁ ଉଦ୍ଧାର କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.