ଶିମଲା: ସାରାବିଶ୍ବରେ ଦୃତ ଗତିରେ ମାଡ଼ି ଚାଲିଛି କୋରୋନା । ଏଭଳି ସ୍ଥିତିରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ସୁରକ୍ଷାଟିମର 2 ଜଣ କର୍ମଚାରୀ କୋରୋନା ପଜିଟିଭ୍ ପରୀକ୍ଷା କରିଥିବା ଜଣା ପଡ଼ିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଗୁରୁବାର ସୂଚନା ଦେଇଛି।
ସିଏମଓ ମୁତାବିକ, ପୂର୍ବରୁ ଜଣେ ଗନମ୍ୟାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭର କୋରୋନା ଚିହ୍ନଟ ହୋଇଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଦୁଇଜଣ ବ୍ୟକ୍ତି କୋରୋନା ସକରାତ୍ମକ ପରୀକ୍ଷା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଗୁରୁବାର ସୁଦ୍ଧା ହିମାଚଳ ପ୍ରଦେଶରେ କୋଭିଡର 1,256 ସକ୍ରିୟ ମାମଲା ଥିବାବେଳେ 2,362 ଜଣ ଆରୋଗ୍ୟ ହୋଇଛନ୍ତି। ଏହି ସଂକ୍ରମଣ ହେତୁ ରାଜ୍ୟରେ 18 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।