ETV Bharat / bharat

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା 2 ଶହୀଦ ଯବାନଙ୍କ ମର ଶରୀର - sahid jawans

ଭୁବନେଶ୍ବର ବିବାନ ବନ୍ଦରରେ ପହଞ୍ଚିଲା 2 ଶହୀଦ ଓଡିଆ ଯବାନଙ୍କ ମର ଶରୀର

author img

By

Published : Jun 18, 2020, 6:05 PM IST

Updated : Jun 18, 2020, 8:48 PM IST

17:23 June 18

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା 2 ଶହୀଦ ଯବାନଙ୍କ ମର ଶରୀର

ଭୁବନେଶ୍ବର ବିବାନ ବନ୍ଦରରେ ପହଞ୍ଚିଲା 2 ଶହୀଦ ଓଡିଆ ଯବାନଙ୍କ ମର ଶରୀର

ଭୁବନେଶ୍ବର: ରାଜଧାନୀରେ ପହଞ୍ଚିଛି ଗଲଓ୍ବାନ ଉପତ୍ୟକାରେ ଶହୀଦ ହୋଇଥିବା 2 ଓଡିଆ ଯବାନଙ୍କ ମର ଶରୀର । ଏକ ସ୍ବତନ୍ତ୍ର ଏୟାରକ୍ରାଫ୍ଟ ଯୋଗେଁ ଯବାନଙ୍କ ମର ଶରୀର ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି ।  

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଦୁଇ ଶହୀଦ ଯବାନଙ୍କ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଏହି ସମୟରେ ରାଜ୍ୟପାଳ ଗଣେଶିଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୋଲିସ ବାହିନୀ, ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ବିମାନ ବନ୍ଦରରେ ଉପସ୍ଥିତ ରହି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଜୁନ 15ର ବିଳମ୍ବିତ ରାତିରେ ଚୀନ ଓ ଭାରତୀୟ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏମାନଙ୍କ ମଧ୍ୟରେ 2 ଓଡିଆ ଯବାନ ମଧ୍ୟ ସାମିଲ ଥିଲେ । ଜଣେ କନ୍ଧମାଳ ରାଇକିଆର ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ଅନ୍ୟ ଜଣେ ମୟୂରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ ସୋରେନ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jun 18, 2020, 8:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.