ETV Bharat / bharat

ପୁଣି ଗୁଜୁରାଟରେ 2 କୋରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା 33 ଛୁଇଁଲା

author img

By

Published : Mar 24, 2020, 11:03 AM IST

ଗୁଜୁରାଟରେ ଆଜି 2ଟି କୋରୋନା ପଜିଟିଭ୍ କେସ ଚିହ୍ନଟ ହୋଇଛି। ଏହାକୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33ରେ ପହଞ୍ଚିଛି। ଅଧିକ ଖବର ପଢନ୍ତୁ...

Coronavirus in Gujarat
ପୁଣି ଗୁଜୁରାଟରେ 2 କୋରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା 33 ଛୁଇଁଲା

ଗାନ୍ଧୀନଗର: ଗୁଜୁରାଟରେ କୋରୋନାର କହର । ଏବେ ସୁଦ୍ଧା ରାଜ୍ୟରେ 31 ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପୁଣି 2 କୋରୋନା ପଜିଟିଭ୍ ବ୍ୟକ୍ତି ଆଜି ଚିହ୍ନଟ ହୋଇଛନ୍ତି । ଏନେଇ ଗୁଜୁରାଟର ପ୍ରିନିସିପାଲ ସେକ୍ରାଟେରୀ ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ଜଣେ ବ୍ୟକ୍ତି କୋରୋନାରେ ପ୍ରାଣ ହରାଇଛନ୍ତି ।

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର 30 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଲକଡାଉନ କରାଯାଇଛି। କୋରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରାଯାଇଛି।

ଏବେ ସୁଦ୍ଧା ଭାରତରେ 500 ପଜିଟିଭ୍ କେସ ସହ 9 ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଅନେକ ସଂଖ୍ୟକ ଲୋକ ଏଥିରେ ପ୍ରଭାବିତ ହେଉଥିବାକୁ 548 ଜିଲ୍ଲାକୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହି ମହାମାରୀର ପ୍ରଭାବରେ ସାରା ବିଶ୍ବରେ 15 ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ 3 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.