ETV Bharat / bharat

ନୋଏଡାରେ ଦୁଇ କୋରୋନା ପଜିଟିଭ ଚିହ୍ନଟ

author img

By

Published : Mar 23, 2020, 3:46 PM IST

ନୋଏଡାରେ ଦୁଇ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କହିଛନ୍ତି ମୁଖ୍ୟ ମେଡିକାଲ୍ ଅଫିସର (ସିଏମଓ) ।

2 more COVID-19 in Noida, society locked down till March 25
ନୋଏଡାରେ ଦୁଇ କୋରୋନା ପଜିଟିଭ ଚିହ୍ନଟ

ଲକ୍ଷ୍ନୌ: ନୋଏଡାରେ ଦୁଇ କୋରୋନା ପଜିଟିଭ ଚିହ୍ନଟ । କିଛି ଦିନ ପୂର୍ବେ ଡେନମାର୍କରୁ ଯାତ୍ରା କରି ଫେରିଥିବା ନୋଏଡାର ନିରାଲା ଗ୍ରାଣ୍ଡେୟାର ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ପର ଠାରୁ ଦୁଇଜଣ ଅଲଗା ହୋଇ ରହୁଥିବା କହିଛନ୍ତି ଅଧିକାରୀ । ରବିବାର ସନ୍ଧ୍ୟାରେ ଏହି ଦୁଇ ଜଣଙ୍କୁ କୋବିଡ-19 ପଜିଟିଭ୍ ପରୀକ୍ଷା କରାଯାଇଥିଲା ବୋଲି ଗୌତମ ବୁଦ୍ଧ ନଗର ମୁଖ୍ୟ ମେଡିକାଲ୍ ଅଫିସର (ସିଏମଓ) ଅନୁରାଗ ଭାର୍ଗବ ଏକ ସାକ୍ଷାତକାରରେ କହିଛନ୍ତି । ସେ କହିଛନ୍ତି ଯେ ଡେନମାର୍କରୁ ଆସିବା ଦିନଠାରୁ ଏହି ଦୁଇ ଜଣ ଅଲଗା ହୋଇ ରହୁଛନ୍ତି।

ଉଭୟଙ୍କୁ ସରକାରୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଜିଏମ୍ଏସ୍) କୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସେମାନଙ୍କ ଫ୍ଲାଟରେ ପୃଥକ କରାଯାଇଛି ବୋଲି ସେ କହିଛନ୍ତି। ଏହାସହ ସତର୍କତାମୂଳକ ପଦକ୍ଷେପ ଭାବରେ ମାର୍ଚ୍ଚ 25 ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ଲକଡାଉନ କରାଯାଇଛି । ଗୌତମ ବୁଦ୍ଧ ନାଗରରେ କୋବିଡ-19 ର ଦୁଇଟି ନୂତନ ମାମଲାକୁ ମିଶାଇ ଜିଲ୍ଲାର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 8କୁ ବୃଦ୍ଧି ପାଇଛି ବୋଲି ଜଣାପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.