ଲକ୍ଷ୍ନୌ: ଦୁର୍ଘଟଣାଗ୍ରସ୍ଥ ହେଲା ପ୍ରବାସୀ ଶ୍ରମିକଙ୍କ ଗାଡି। ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ହେବା ସହ 14 ଆହାତ ହୋଇଥିବା ଜଣାପଡିଛି । ଆହତମାନେ ଓରାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ 46 ଜଣ ପ୍ରବାସୀ ଶ୍ରମିକ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଉତ୍ତରପ୍ରଦେଶକୁ ଫେରୁଥିବା ଏକ ଯାତ୍ରୀବାହୀ ମିନି ଟ୍ରକ ଶୁକ୍ରବାର ଗିରିଥାନ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଥିବା ବେଳେ ଆହତଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ମୃତକଙ୍କ ସମ୍ପର୍କୀୟଙ୍କୁ ଦୁଇ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ଗୁରୁତର ଆହତଙ୍କ ପାଇଁ 50,000 ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।
@IANS