ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପୁଣି ମାତିଛନ୍ତି ଆତଙ୍କବାଦୀ । ଶ୍ରୀନଗରରେ ଏକ ବିଏସଏଫ ପାର୍ଟି ଉପରେ ଆକ୍ରମଣ କରିଛନ୍ତି ଆତଙ୍କୀ । ଫଳରେ 2 ଜଣ ବିଏସଏଫ ଯବାନ ଶହୀଦ ହୋଇଛନ୍ତି ।
ବିଏସଏଫ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଶ୍ରୀନଗରର ପଣ୍ଡାଚ୍ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ବିଏସଏଫର ଏକ ପାର୍ଟି ଉପରେ ଲୁଚିଥିବା ଆତଙ୍କବାଦୀ ହଠାତ୍ ଆକ୍ରମଣ କରିଥିଲେ । ଏହାପରେ ଯବାନଙ୍କ ପକ୍ଷରୁ ପ୍ରତି ଆକ୍ରମଣ ପରେ ଆତଙ୍କୀ ଛତ୍ରଭଙ୍ଗ ଦେଇଥିଲେ । ତେବେ ଆତଙ୍କବାଦୀଙ୍କ ଗୁଳିରେ 2 ଯବାନ ପ୍ରଥମେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସିତ ଅବସ୍ଥାରେ ଉଭୟ ଶହୀଦ ହୋଇଛନ୍ତି ।
ଘଟଣାସ୍ଥଳରୁ ସେନା 2ଟି ବନ୍ଧୁକ ଜବତ କରିଛି । ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ ଦେଶରେ ସରକାର ଲକଡାଉନ ପରିସ୍ଥିତିକୁ ମୁକାବିଲା କରୁଥିବାବେଳେ ଆତଙ୍କବାଦୀ ଏହାର ଫାଇଦା ଉଠାଇ ଆକ୍ରମଣ କରୁଛନ୍ତି । ପୂର୍ବରୁ ଏପ୍ରିଲ ମାସରେ ପାକ୍ ସମର୍ଥତ ଆତଙ୍କୀ 2 ଥର ଆକ୍ରମଣ କରିଥିଲେ ।
ସୌଜନ୍ୟ@ANI