ETV Bharat / bharat

ଶ୍ରୀନଗର ଏନକାଉଣ୍ଟର: 2 ହିଜବୁଲ ଆତଙ୍କୀ ନିହତ

ମଙ୍ଗଳବାର ଜମ୍ମୁ-କାଶ୍ମୀର ପୋଲିସ ଓ ସିଆରପିଏଫ ଯବାନଙ୍କୁ ମିଳିଛି ସଫଳତା । ମଙ୍ଗଳବାର ସେନା ଗୁଳରି ଟଳିଛନ୍ତି ହିଜବୁଲର ଦୁଇ ଆତଙ୍କୀ । ଶ୍ରୀନଗରର ପୁରୁଣା ସହର ଏକ ଅଞ୍ଚଳରେ ଲୁଚି ରହିଥିଲେ ଦୁଇ ଆତଙ୍କୀ । ମଙ୍ଗଳବାର ମଧ୍ୟରାତ୍ରୀରୁ ଆତଙ୍କୀ ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିଲା ।

author img

By

Published : May 19, 2020, 4:38 PM IST

ଶ୍ରୀନଗର ଏନକାଉଣ୍ଟର
ଶ୍ରୀନଗର ଏନକାଉଣ୍ଟର

ଶ୍ରୀନଗର: ଘାଟିରେ ଆତଙ୍କୀଙ୍କ କାଳ ଯମ ଭାରତୀୟ ସେନା । ଲଗାତାର ଭାବେ ଆତଙ୍କୀଙ୍କୁ ନିପାତ କରୁଛନ୍ତି ଯବାନ । ଏହିକ୍ରମରେ ମଙ୍ଗଳବାର ଜମ୍ମୁ-କାଶ୍ମୀର ପୋଲିସ ଓ ସିଆରପିଏଫ ଯବାନଙ୍କୁ ମିଳିଛି ସଫଳତା । ମଙ୍ଗଳବାର ସେନା ଗୁଳରି ଟଳିଛନ୍ତି ହିଜବୁଲର ଦୁଇ ଆତଙ୍କୀ । ଶ୍ରୀନଗରର ପୁରୁଣା ସହର ଏକ ଅଞ୍ଚଳରେ ଲୁଚି ରହିଥିଲେ ଦୁଇ ଆତଙ୍କୀ । ମଙ୍ଗଳବାର ମଧ୍ୟରାତ୍ରୀରୁ ଆତଙ୍କୀ ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିଲା ।

ପୋଲିସ ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛି ଯେ ଶ୍ରୀନଗର ସହରରେ ଚାଲିଥିବା ଏନକାଉଣ୍ଟରରେ ସିଆରପିଏଫ ଏବଂ ପୋଲିସ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଉଭୟ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର ବୋଲି ସୂଚନା ରହିଛି । ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ଏବଂ ଗୁଳି ଜବତ କରାଯାଇଛି।

ଶ୍ରୀନଗରର ପୁରୁଣା ସହର ନୱା କଡାଲରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ବିଶେଷ ସୂଚନା ପାଇବା ପରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଲା । ଏଥିରେ ତିନିଜଣ ସୁରକ୍ଷା ବାହିନୀର ଯବାନ- ଦୁଇ ଜାମ୍ମୁ କାଶ୍ମୀର ପୋଲିସ୍ ଏବଂ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି।

ସୁରକ୍ଷା ବାହିନୀ କନେମଜର ଅଞ୍ଚଳକୁ ଘେରାବନ୍ଦୀ କରିଥିଲା ଓ ଆତଙ୍କୀ ଲୁଚି ରହିଥିବା ସ୍ଥାନରେ ପହଞ୍ଚିଥିଲେ । ଏହାପରେ ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।

ଆଇଜି କାଶ୍ମୀର ବିଜୟ କୁମାର କହିଛନ୍ତି ଯେ ପ୍ରାୟ ଦୁଇ ବର୍ଷ ପୂର୍ବେ ଶ୍ରୀନଗରରେ ଆତଙ୍କୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏଭଳି ଏନକାଉଣ୍ଟର ହୋଇଥିଲା । ବର୍ତ୍ତମାନର ସ୍ଥିତିକୁ ଦେଖି ବିଏସଏଲଏଲ ବ୍ୟତୀତ ଅନ୍ୟ ସମସ୍ତ ମୋବାଇଲ୍ ଇଣ୍ଟରନେଟ୍ ଏବଂ ଭଏସ୍ କଲିଂକୁ ବନ୍ଦ କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.