ETV Bharat / bharat

ଅଶାନ୍ତ ଆସାମ, ପୋଲିସ ଗୁଳିରେ ପ୍ରାଣ ହରାଇଲେ 2 ପ୍ରଦର୍ଶନକାରୀ - ଅଶାନ୍ତ ଆସାମ

ସିଏବିକୁ ନେଇ ଆସାମରେ ଆନ୍ଦୋଳନ କରୁଥିବା ପ୍ରଦର୍ଶନକାରୀଙ୍କ ଉପରକୁ ପୋଲିସର ଗୁଳିଚାଳନା । ଗୁଳିମାଡରେ 2 ପ୍ରଦର୍ଶନକାରୀ ମୃତ ଓ 7 ଆହତ ।

Firing In Guwahati
ଫାଇଲ ଫଟୋ
author img

By

Published : Dec 12, 2019, 8:34 PM IST

ଗୌହାଟୀ: ନାଗରିକତା ସଂଶୋଧନ ବିଲ୍‌ ପାସ ହେବାକୁ ନେଇ ସମ୍ପୂର୍ଣ୍ଣ ଆସାମ ଅଶାନ୍ତ ରହିଛି । ସିଏବି ନିଆଁରେ ପୂର୍ବୋତ୍ତର ରାଜ୍ୟ ଏବେ ଜଳିବାରେ ଲାଗିଛି । ଏପରି ସ୍ଥିତିରେ ଆସାମର ରାଜଧାନୀ ଗୌହାଟୀରେ ପ୍ରଦର୍ଶନକାରୀଙ୍କ ଉପରୁ ପୋଲିସ ଗୁଳିମାଡ କରିଛି । ପୋଲିସ ଫାୟାରିଂରେ ଦୁଇ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆହତ ହୋଇଛନ୍ତି ।

ସିଏବିକୁ ନେଇ ଆସାମ ସମେତ ପୂର୍ବୋତ୍ତର ରାଜ୍ୟରେ ହିଂସକ ପ୍ରଦର୍ଶନ ଦିନକୁ ଦିନ ଉଗ୍ରରୂପ ନେବାକୁ ଲାଗିଛି । ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆସାମରେ ଇଣ୍ଟରନେଟ ସେବା ବନ୍ଦ କରାଯିବା ସହ କର୍ଫ୍ୟୁ ଲଗାଯାଇଛି । ସେନାକୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଆଲର୍ଟରେ ରଖାଯାଇଛି ।

ଆସାମ ଓ ପୂର୍ବୋତ୍ତର ରାଜ୍ୟ ଗୁଡିକରେ ଅନେକ ହିନ୍ଦୁ ଅନୁପ୍ରବେଶକାରୀ ଅଛନ୍ତି । ତେବେ ସିଏବି ପାସ ଦ୍ବାରା ସେମାନଙ୍କୁ ନାଗରିକତ୍ବ ମିଳିଲେ ଆସାମର ସଂସ୍କୃତି ଉପରେ ଆଞ୍ଚ୍‌ ଆସିବ ବୋଲି ପ୍ରଦର୍ଶନକାରୀ ଦାବି କରୁଛନ୍ତି । ଅନ୍ୟପକ୍ଷେ ଏହି ବିଲ ଦ୍ବାରା ଆସାମର ସୁନ୍ଦର ସଂସ୍କୃତିକୁ କୌଣସି ବି ହାନି ପହଞ୍ଚିବ ନାହିଁ ବୋଲି ଉଭୟ ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କହିସାରିଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.