ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ସାମ୍ନାକୁ ଆସିଲା ଆଉ 76ଟି ନୂଆ କୋଭିଡ-19 ପଜିଟିଭ ମାମଲା । ଏହାସହ ଆଉ 2 ଜଣଙ୍କର ମୃତ୍ୟୁ ହୋଇଛି । ଯାହାଦ୍ବାରା ଜିଲ୍ଲାରେ 438 ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ସୂଚନା ଦେଇଛନ୍ତି ଇନ୍ଦୋର ଏମଜିଏମ ମେଡିକାଲ କଲେଜର ଡାକ୍ତର ଡାକ୍ତର ଜ୍ୟୋତି ବିନ୍ଦଲ ।
ତେବେ ଆକ୍ରାନ୍ତ 76 ଜଣଙ୍କ ମଧ୍ୟରୁ 65 ଜଣ ଇନ୍ଦୋରର ହୋଇଥିବାବେଳେ, ଅନ୍ୟ 11 ଜଣ ଅନ୍ୟ ରାଜ୍ୟର । ଯେଉଁମାନେ ଆସି ଇନ୍ଦୋରରେ ବାସ କରୁଛନ୍ତି । କୋରୋନା କବଜାରେ ଏବେ ଭାରତ ଥିବାବେଳେ, ପ୍ରତିଦିନ ଦୃତଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାଦ୍ବାରା ଦେଶରେ ବର୍ତ୍ତମାନ ସୁଦ୍ଧା 11 ହଜାର 487 କୁ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା ।