ETV Bharat / bharat

ତେଲେଙ୍ଗାନାରେ କୋରୋନା ସଂଖ୍ୟା 1982, ହାଇଦ୍ରାବାଦ ସ୍ଥିତି ଚିନ୍ତାଜନକ

author img

By

Published : Aug 9, 2020, 8:09 PM IST

ତେଲେଙ୍ଗାନାରେ କୋରୋନା ପ୍ରକୋପ କ୍ରମଶଃ ବଢିବାରେ ଲାଗିଛି । ଗତ 24 ଘଣ୍ଟା ଭିତରେ ପାଖାପାଖି 2000ଟି ନୂଆ କୋଭିଡ ମାମଲା ରେକର୍ଡ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ତେଲେଙ୍ଗାନାରେ କୋରୋନା ସଂଖ୍ୟା 1982
ତେଲେଙ୍ଗାନାରେ କୋରୋନା ସଂଖ୍ୟା 1982

ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ପ୍ରକୋପ କ୍ରମଶଃ ବଢିବାରେ ଲାଗିଛି । ଗତ 24 ଘଣ୍ଟା ଭିତରେ ପାଖାପାଖି 2000ଟି ନୂଆ କୋଭିଡ ମାମଲା ରେକର୍ଡ ହୋଇଛି । ଯାହା ହାଇଦ୍ରାବାଦ ସ୍ଥିତି ଚିନ୍ତାଜନକ ପାଲଟିଛି । ଶନିବାର ସର୍ବାଧିକ 1,982 ଜଣ ପଜିଟିଭ ଟେଷ୍ଟ ରିପୋର୍ଟ ଆସିଛି । ଏହାକୁ ମିଶାଇ ରାଜ୍ୟରେ 79,495 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ରାଜ୍ୟରେ ଦିନକରେ 12 ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ 627 ଜଣଙ୍କର ମୃତ୍ୟୁ ଘଟିଛି । ପ୍ରତିଦିନ ରାଜ୍ୟରେ 500 ଜଣ ପଜିଟିଭ କେସ ବାହାରିଥିବା ଜିଏଚଏମସିରୁ ରିପୋର୍ଟ ଆସିଛି । ହାଇଦ୍ରାବାଦ ଶନିବାର ତେଲେଙ୍ଗାନାରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଛି । କେବଳ ମେଡଚାଲ-ମାଲକଜଗିରି ଏବଂ ରଙ୍ଗାରେଡି ଜିଲ୍ଲାରେ ଯଥାକ୍ରମେ 141 ଏବଂ 139 ସଂଖ୍ୟକ ମାମଲା ରେକର୍ଡ କରାଯାଇଛି । ହାଇଦ୍ରାବାଦରୁ ଏହି ଭାଇରସ ବର୍ତ୍ତମାନ ରାଜ୍ୟର ସମସ୍ତ କୋଣ ଅନୁକୋଣରେ ବ୍ୟାପିଛି ଏବଂ ପ୍ରାୟ ସମସ୍ତ ଜିଲ୍ଲା ଦିନକୁ ଦିନ ନୂଆ ସଂକ୍ରମଣ ବିଷୟରେ ରିପୋର୍ଟ ଆସୁଛି। ଯାହା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି ।

ତେବେ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ପ୍ରତିଦିନ 40,000 ନମୁନା ପରୀକ୍ଷା କରିବାକୁ ଯୋଜନା କରିଛନ୍ତି । ସେପଟେ ତେଲେଙ୍ଗାନାରେ ସୁସ୍ଥ ହାର ପ୍ରାୟ 56,000କୁ ପହଞ୍ଚିଛି । ଜାତୀୟ ସ୍ତରରେ 68.32% ସୁସ୍ଥ ହାର ତୁଳନାରେ ରାଜ୍ୟରେ ସୁସ୍ଥ ହାର 70.44 ପ୍ରତିଶତ ରହିଛି । ସେହିପରି ରାଜ୍ୟରେ 22,869 ମାମଲା ସକ୍ରିୟ ରହିଛି । ରାଜ୍ୟରେ COVID-19 ପାଇଁ ପଜିଟିଭ୍ ପରୀକ୍ଷା କରିଥିବା ମୋଟ ରୋଗୀଙ୍କ ମଧ୍ୟରୁ 65.6 ପ୍ରତିଶତ ପୁରୁଷ ହୋଇଥିବାବେଳେ 34.4 ପ୍ରତିଶତ ମହିଳା ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.