ETV Bharat / bharat

ଦେଶରେ 18 ହଜାରରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Dec 27, 2020, 11:01 AM IST

ଆଜି ଦେଶରୁ ପୁଣି 18 ହଜାରରୁ ଅଧିକ କୋରୋନା ଆକ୍ରାନ୍ତ । 279 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଦେଶରେ ପୁଣି 18 ହଜାର ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବ୍ରିଟେନ ଫେରନ୍ତାଙ୍କ ନେଇ ଡର ବଢାଇବାବେଳେ ଦେଶରେ ପୁଣି 18 ହଜାରରୁ ଊର୍ଦ୍ଧ୍ବ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ । ଗତ 24 ଘଣ୍ଟାରେ 18,732 ପଜିଟିଭ ବାହାରିବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା 1,01,87,850 ରେ ପହଞ୍ଚିଛି । ସେପଟେ 279 ଜଣଙ୍କ ଜୀବନ ଯିବା ପରେ କୋରୋନାରେ ମୋଟ 1,47,622 ଜଣଙ୍କ ମୃତ୍ୟୁ ହୋଇଛି ।

ସେପଟେ ଦିନକରେ 21,430 ଆକ୍ରାନ୍ତ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଫଳରେ ଦେଶରେ ଏବେ 2,78 , 690 ଟି ମାମଲା ସକ୍ରିୟ ରହିଛି ।

ସୂଚନାଯୋଗ୍ୟ, ଦେଶରେ କୋରୋନା ସଂକ୍ରମଣ ଗ୍ରାଫ ତଳୁକୁ ତଳ ଖସିବାରେ ଲାଗିଛି । ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ହ୍ରାସ ପାଇଛି । ବ୍ରିଟେନ ଏବେ କୋରୋନାର ନୂତନ ଷ୍ଟ୍ରେନ ଚିହ୍ନଟ ହେବା ପରେ ଦେଶରେ ବିଟ୍ରେନ ଫେରନ୍ତାଙ୍କୁ ନେଇ ଏକ ହାଇଆଲର୍ଟ ଜାରି ହୋଇଛି । ହେଲେ ଏହାକୁ ନେଇ କୌଣସି ଉଦବେଗ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ । କାରଣ କୋରୋନା ଭୂତାଣୁ ପ୍ରତି ମାସରେ 2 ଥର ରୂପ ବଦଳାଉଛି । ତେଣୁ ନୂଆ ପ୍ରଜାତିର ଭୂତାଣୁ ନେଇ ଚିନ୍ତା କରିବାର ନାହିଁ । ନୂଆ ରୂପରେ ଆସିଥିବା କୋରୋନାକୁ ଦ୍ବାରା ଲକ୍ଷଣ ଓ ଚିକିତ୍ସା ଦିଗରେ ପରବର୍ତ୍ତନ ହୋଇନଥିବା ସେ କହିଛନ୍ତି । ତେବେ କୋରୋନା ଲଢେଇ ବିରୋଧରେ ପରବର୍ତ୍ତୀ 7-8 ମାସ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.